ଘସିପୁରା,ଆନନ୍ଦପୁର ତାଲୁକ ଆଇନସେବା ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଘଷିପୁରା ଠାରେ ଶିଶୁ ଦିବସ ପାଳିତ ହୋଇଛି। ସୁରକ୍ଷିତ ଶୈଶବ ଏକ ସୁନ୍ଦର ଭବିଷ୍ୟତ ର ମାର୍ଗପ୍ରଦର୍ଶକ ହୋଇଥାଏ। ଶିଶୁ ଦିବସ ପାଳନ ଅବସରରେ ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ, ଶିକ୍ଷା, ଅଧିକାର, ଯତ୍ନ ଓ ଆଇନଗତ ବ୍ୟବସ୍ଥାରେ କିଶୋର ନ୍ୟାୟ ଆଇନ, ଶିଶୁ ଯୌନ ଶୋଷଣରୁ ସୁରକ୍ଷା ଆଇନ ବିଷୟରେ ଉପସ୍ଥିତ ଅତିଥିମାନେ ଶିଶୁ ମାନଙ୍କୁ ବୁଝାଇଥିଲେ। ଲିଗାଲ୍ ଏଡ୍ ର ଆଇନଜୀବୀ ଭାଗୀରଥୀ ଦାଶ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆନନ୍ଦପୁର ବରିଷ୍ଠ ଦେଓ୍ବାନୀ ଅଦାଲତର ବିଚାରପତି ତଥା ତାଲୁକ ଆଇନସେବା ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷା ମହେଶ୍ବେତା ପରିଜା, ସମ୍ମାନିତ ଅତିଥି ଭାବେ ନ୍ୟାୟାଧିକାରୀ ଗ୍ରାମ ନ୍ଯାୟାଳୟ ସୁମିତ୍ରା କୁମାରୀ ଦାଶ, ପ୍ରମୁଖ ଅତିଥି ଭାବେ ଆନନ୍ଦପୁର ଉପଖଣ୍ଡ ମାଜିଷ୍ଟ୍ରେଟ ଓ ଉପାଜିଲ୍ଲାପାଳ ଅନୀଲ କୁମାର ସେଠୀ, ବରେଣ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଆନନ୍ଦପୁର ଓକିଲ ସଂଘର ସଭାପତି ଦୟାନିଧି ଦାଶ, ବରିଷ୍ଠ ଆଇନଜୀବୀ ବାଇଧର ସେଠୀ, ଆଇନସେବା ଅଧିବକ୍ତା ହେମରଞ୍ଜନ ବେହେରା ଓ ଶିବ ଶଙ୍କର ସାହୁ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଓ ସୁରକ୍ଷା ରେ ଆଇନ୍ ର ପ୍ରାବଧାନ ବିଷୟରେ ସଚେତନ କରିଥିଲେ।ସଭାକାର୍ଯ୍ୟ ଶେଷରେ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁମନ୍ଦିର ର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ କର୍ମଚାରୀ ଏବଂ ତାଲୁକ ଆଇନସେବା କର୍ମଚାରୀ ଦେବାଶିଷ ବେହେରା ଏବଂ ନବ କିଶୋର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।।
Related Stories
November 25, 2024