ମାଲକାନଗିରି,ବ୍ୟାସକବି ସାହିତ୍ୟ ସଂସଦ, ଶୂଳ, ନୀଳଗିରି, ବାଲେଶ୍ଵର ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ଘଡାଇ ଆବସିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ରବିବାର ଅପରାହ୍ନ ରେ ସାରସ୍ଵତ ଯୁବ ମହୋତ୍ସବ, ବ୍ୟାସକଳିକା ଶିଶୁ ପତ୍ରିକା, ଯୁବ କବି ଯଚିନ୍ଦ୍ର ସ୍ଵାଇଁଙ୍କ କବିତା ସଙ୍କଳନ *ବିଶ୍ଵବିଜୟିନୀ* ଲୋକାର୍ପଣ, ସମ୍ଵର୍ଦ୍ଧନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ପରିବେଶ ସଚେତନତା ଓ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଓ ବିକାଶରେ କାର୍ଯ୍ୟ କରୁଥିବା ବ୍ୟାସକବି ସାହିତ୍ୟ ସଂସଦ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ଯ ଯୋଜନା ବୋର୍ଡ ସଭ୍ଯ ତଥା ପୂର୍ବତନ ସାଂସଦ ଭୁବନେଶ୍ଵର ପ୍ରୋଫେସର ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ।ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ କବି ଯଚିନ୍ଦ୍ର ସ୍ଵାଇଁ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଦ୍ମନାଭ ତ୍ରିପାଠୀ ବରେଣ୍ୟ ଅତିଥି ଭାବେ, ଡଃ ପ୍ରଭାତ କୁମାର ମହାରଣା ଅଧ୍ୟାପକ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ବର, ମୁଖ୍ୟ ବକ୍ତା ଭାବେ ଡଃ ବାହାଦୁର ପାଟ୍ଟଶାଣୀ, ଓଡିଶା ସାହିତ୍ୟ ଏକାଡେମୀ ସଭ୍ଯ ଓ ସାଧାରଣ ସମ୍ପାଦକ ଉଫୁନା, ବରେଣ୍ଯ ଅତିଥି ଭାବେ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଘଡାଇ ଏମ୍. ଡି. ଘଡାଇ ଆବସିକ ବିଜ୍ଞାନ ମହାବିଦ୍ୟାଳୟ, , ବାଗ୍ମୀ, ଭୁବନେଶ୍ଵର, ଶ୍ରୀ ଚକ୍ରଧର ତ୍ରିପାଠୀ, ସଭାପତି, ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଖୋର୍ଦ୍ଧା, ଶ୍ରୀଯୁକ୍ତ କରୁଣାକର ମଲ୍ଲିକ, ଉପ ସଭାପତି, ବ୍ୟାସକବି ସାହିତ୍ୟ ସଂସଦ, ଶ୍ରୀଯୁକ୍ତ ବଲରାମ ତରାଇ, ପ୍ରତିଷ୍ଠାତା, ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା, ଶ୍ରୀ ସନ୍ତୋଷ ବାରିକ, ନିର୍ଦ୍ଦେଶକ, ସ୍ୱାବଲମ୍ବନ ପବ୍ଲିଶର୍ସ, ଶ୍ରୀଯୁକ୍ତ ବିଦେଶୀ ନାୟକ, ସମ୍ପାଦକ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ ଆଦି ଯୋଗ ଦେଇ ଯୁବ ସାହିତ୍ୟିକ ସୃଷ୍ଟି ରେ ତଥା ଓଡିଆ ବାଣୀ ଭଣ୍ଡାର ସମୃଦ୍ଧିରେ ବ୍ୟାସକବି ସାହିତ୍ୟ ସଂସଦର ଅବଦାନକୁ ପ୍ରସଂସା କରିବା ସହ ଅନୁଷ୍ଠାନ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଯୁବ ପ୍ରତିଭା ମାନଙ୍କୁ ସଙ୍ଗୀତ, କବିତା, ପ୍ରବନ୍ଧ, ନୃତ୍ୟକଳା, ଚିତ୍ରାଙ୍କନ ତଥା ସର୍ବୋଚ୍ଚ ମେଧା ସମ୍ମାନ ପ୍ରଦାନ କରାଯାଇଥିଲା।ମାଲକାନଗିରି ବନାଞ୍ଚଳ ଅଧିକାରୀ ଶ୍ରୀଜଗନ୍ନାଥ ବିଶୋଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଅନୁଷ୍ଠାନ ପକ୍ଷରୁ ବଂଶୀଧର ମହାରଣା, ପ୍ରଦୀପ ସରକାର, କରୁଣାକର ମଲ୍ଲିକ, ଗୋଦାବରିଶ ଦାସଙ୍କୁ ବାଣୀ ସୌରଭ ସମ୍ମାନ,ବଲରାମ ତରାଇ, ସୁରେଶ ଚନ୍ଦ୍ର ଘଡାଇଙ୍କୁ ଶ୍ରେଷ୍ଠ ସଂଗଠକ ସମ୍ମାନ, ରବିନ୍ଦ୍ର ହାୱାଲାଦାରଙ୍କୁ ଆଦର୍ଶ ଶିକ୍ଷକ ଓ ଚିତ୍ତରଞ୍ଜନ ମହାରଣାଙ୍କୁ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ଘଡାଇ ଆବସିକ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ କବି ଯଚିନ୍ଦ୍ର ସ୍ଵାଇଁଙ୍କୁ ସାହିତ୍ୟ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ବ୍ୟାସକବି ସାହିତ୍ୟ ସଂସଦର ଉପ ସଭାପତି ଗୋଦାବରିଶ ଦାସ ମଞ୍ଚ ପରିଚାଳନା କରିଥିଲେ ଓ ଘଡାଇ ଆବସିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ସାମଲ ଧନ୍ଯବାଦ ଅର୍ପଣ କରିଥିଲେ।
Related Stories
November 25, 2024