
ବଲାଙ୍ଗିର ,ଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ଠାରେ ଆଜି ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲା ର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଶିକ୍ଷଣ ବିକାଶ ନିମନ୍ତେ ଡିଜିଟାଲ ଇ –କଣ୍ଟେଣ୍ଟ ର ଶୁଭାରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡିଜିଟାଲ ଇ –କଣ୍ଟେଣ୍ଟ ର ଶୁଭାରମ୍ଭ କରିଛନ୍ତି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭା ରେ ଜିଲ୍ଲାପାଳ ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ଦିବସ ର ଶୁଭେଚ୍ଛା ଜଣାଇ ଜିଲ୍ଲା ର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ନିମନ୍ତେ ଏକ୍ସଟ୍ରା ମାର୍କ୍ସ ଏଜୁକେଶନ ପ୍ରାଇଭେଟ ଲିମିଟେଡ ଦ୍ଵାରା ପ୍ରସ୍ତୁତ ଡିଜିଟାଲ ଇ –କଣ୍ଟେଣ୍ଟ ବେଶ ସହାୟକ ହେବ ବୋଲି ପ୍ରକାଶ କରିବା ସହ ଛାତ୍ର ଛାତ୍ରୀ ମାନେ ପାଠ୍ୟକ୍ରମ କୁ ସହଜ ଭାବେ ବୁଝିପାରିବେ ବୋଲି କହିଥିଲେ । ନବମ ଓ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଡିଜିଟାଲ ଇ –କଣ୍ଟେଣ୍ଟ ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ କରିବା ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପାଠପଢା ସହ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ପ୍ରାରମ୍ଭିକ ସୂଚନା ଦେଇ ଡିଜିଟାଲ ଇ –କଣ୍ଟେଣ୍ଟ ଛାତ୍ର ଛାତ୍ରୀ ଙ୍କ ଗୁଣାତ୍ମକ ଶିକ୍ଷା ନିମନ୍ତେ ଫଳପ୍ରଦ ହେବ ବୋଲି ପ୍ରକାଶ କରିଥିଲେ । ଏକ୍ସଟ୍ରା ମାର୍କ୍ସ ଏଜୁକେଶନ ପ୍ରାଇଭେଟ ଲିମିଟେଡ ର ଆଞ୍ଚଳିକ ମୁଖ୍ୟ ପିୟୁଷ ପ୍ରଶାନ୍ତ ଡିଜିଟାଲ ଇ –କଣ୍ଟେଣ୍ଟ ମାଧ୍ୟମରେ ଶିକ୍ଷାଦାନ କିପରି ଫଳପ୍ରଦ ହେବ ସେ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ,ଜିଲ୍ଲା ର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ, ଭାରପ୍ରାପ୍ତ ଅଧ୍ୟକ୍ଷ, ଏକ୍ସଟ୍ରା ମାର୍କ୍ସ ଏଜୁକେଶନ ପ୍ରାଇଭେଟ ଲିମିଟେଡ ର ଦିବ୍ୟକାନ୍ତ ପୃଷ୍ଟି ,ନେହା ସାହୁ ଙ୍କ ସମେତ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ର ଶିକ୍ଷକ ଶିକ୍ଷୟତ୍ରୀ, , ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।