

Related Stories
July 27, 2025
ଭୁବନେଶ୍ଵର: ବନବାସୀ କଲ୍ୟାଣ ଆଶ୍ରମ, ଓଡିଶା ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ବନବାସୀ କ୍ରୀଡା ସମ୍ମିଳନୀ-୨୦୨୨ (ଓଡିଶା) ଭୁବନେଶ୍ଵର ଧର୍ମବିହାରସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରଠାରେ ଆସନ୍ତା ନଭେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଅଛି । କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡ଼ୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ଯୋଗ ଦେବେ । ବିଭିନ୍ନ ବ୍ଲକ୍ ଓ ଜିଲ୍ଲା ସ୍ତରରେ ବିଜୟୀ ହୋଇଥିବା ୩୫୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ । ଏଥୁରେ ଖୋ ଖୋ, ଆର୍ଟେରୀ ଆଦି ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯିବ। ଆଦିବାସୀ ଯୁବକ ଓ ଯୁବତୀମାନଙ୍କୁ କ୍ରୀଡା ପାଇଁ ଉତ୍ସାହିତ କରିବା ସହ ଏହାକୁ ଜାତୀୟ ଏକକୀକରଣର ସାଧନ ରୂପେ ଗଢିତୋଳିବା ହେଉଛି ଏହି କ୍ରୀଡା ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଅତୀତକୁ ଯାଇ ଆମେ ଦେଖି ପାରିବା ଯେ, ଅନେକ ଆଦିବାସୀ ଯୁବକ ଯୁବତୀ କ୍ରୀଡାରେ ଉତ୍କର୍ଷତା ଲାଭ କରି ଦେଶ ବିଦେଶରେ ନିଜକୁ ପ୍ରମାଣିତ କରିପାରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବନବାସୀ କଲ୍ୟାଣ ଆଶ୍ରମର ଏହି ସ୍ବାଗତଯୋଗ୍ୟ ପଦକ୍ଷେପ ଆଦିବାସୀ ପ୍ରତିଭା ଅନ୍ୱେଷଣରେ ନିଶ୍ଚିତ ରୂପେ ସାହାଯ୍ୟ କରିପାରିବ।