
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଣିତଜ୍ଞ ତଥା ପଦ୍ମଶ୍ରୀ ବିଜେତା ଶ୍ରୀ ଆରଏଲ କଶ୍ୟପଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଶ୍ରୀ ଆରଏଲ କଶ୍ୟପ ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଏବଂ ବିଦ୍ୱାନ ଥିଲେ । ତାଙ୍କ ଗାଣିତିକ ଓ ବୈଜ୍ଞାନିକ ଜ୍ଞାନର ପରିଧି ବ୍ୟାପକ ଥିଲା । ଭାରତୀୟ ସଂସ୍କୃତିକୁ ନେଇ ସେ ଗର୍ବିତ ବୋଧ କରିବା ସହ ବୈଦିକ ଶିକ୍ଷାରେ ମଧ୍ୟ ପାରଙ୍ଗମ ଥିଲେ । ତାଙ୍କ ବିୟୋଗରେ ଦୁଃଖିତ । ତାଙ୍କ ପରିବାରକୁ ସମବେଦନା । ଓମ ଶାନ୍ତି ।”