
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟନ୍ତୀ ଅବସରରେ ଡ଼. ମାୟାଧର ମାନସିଂହଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଓଡିଆ ସାହିତ୍ୟ ଜଗତର ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ଡ଼. ମାୟାଧର ମାନସିଂହଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଦ୍ୱାରା ରଚିତ ଅନେକ କାବ୍ୟକୃତି, ନାଟକ, ପ୍ରବନ୍ଧ ଆଦି ବିଭିନ୍ନ ସୃଜନ ସୃଷ୍ଟି ଏବେ ମଧ୍ୟ ସ୍ୱତନ୍ତ୍ର। ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଓଡ଼ିଶା ବାହାରେ ପରିଚିତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ।