
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ କଣିହାଁ ବ୍ଲକ ହନୁମାନପୁର ପଞ୍ଚାୟତ ଝରାବେରେଣୀ ଗ୍ରାମ ସ୍ଥିତ ‘ଅମୃତ ସରୋବର’ ପ୍ରକଳ୍ପ ଦେଖିଛନ୍ତି । ଜଳ ସଂକଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କଳ୍ପନାରେ ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଏହି ପ୍ରକଳ୍ପକୁ କିପରି ବିକଶିତ କରାଯିବ, ସେ ନେଇ ସ୍ଥାନୀୟ ଅଧିକାରୀ ଓ ଜନସାଧାରଣଙ୍କ ସହ ଆଲେଚନା କରିଥିବା ଜଣା ପଡିଛି ।
ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କଣିହାଁ ସ୍ଥିତ ଶିବ ମନ୍ଦିର ଓ ରାମ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ପ୍ରଭୁଙ୍କ କୃପାରୁ ମାନବ ଜାତି ସମ୍ପନ୍ନ ଓ ସମୃଦ୍ଧ ହେଉ ବୋଲି ସେ କାମନା କରିଛନ୍ତି ।