
ରାଉରକେଲା, ରାଉରକେଲା ସହରରେ ଏବେ କଥା କଥାକେ ଫୁଟୁଛି ଗୁଳି,ବଂଧୁକ ସହରରେ ହାଉଯାଉ । ଆଜି ସକାଳୁ ଝିରିପାଣି ଅଂଚଳରେ ସାମାନ୍ୟ କଥାକୁ ନେଇ ଜଣେ ଯୁବକ ବାଂଛା ତନ୍ତି ନାମକ ବ୍ୟକ୍ତିଙ୍କୁ ଗୁଳି କରିଦେବାରୁ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି ।
ଘଟଣାରୁ ପ୍ରକାଶ ଯେ ,ଝିରିପାଣି ପୋଲ ପାଖ ଅଂଚଳରେ ଖାଲି ପଡିଥିବା କିଛି ଅନାବାଦି ଯାଗାକୁ ସେ ଅଂଚଳରେ ଥିବା ଜଣେ ପୁର୍ବତନ ସରପଚଂଙ୍କ ସଂପର୍କୀୟ ଦଖଲରେ ରଖିଥିଲେ ।ହେଲେ ସେହି ଅଂଚଳରେ ଲୋକେ ଖୋଲା ଯାଗା ଦେଖି ଶୌଚ ହେବା ଲାଗି ଯାଉଥିବାରୁ ଜବର ଦଖଲକାରୀ ଲୋକ ମାନଙ୍କୁ ବାରଣ କରୁଥିଲେ । ତେବେ ଆଜି ସକାଳେ ମୃତକ ବାଂଛା ଶୌଚ ଲାଗି ଯାଇଥିବା ବେଳେ ଜବର ଦଖଲ କାରୀ ଓ ବାଂଛାକୁ ଗୁଳି କରିଥିବା ବ୍ୟକ୍ତି ମଧ୍ୟରେ ଯୁକ୍ତି ହୋଇଥିଲା,ଏତିକିରେ ସେ ରାଗିଯାଇ ଗୁଳିକରିଦେଇଥିବା କୁହାଯାଉଛି । ତେବେ ଖବର ପାଇ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିବା ସତ୍ୱେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିବା ଜଣାପଡିଛି ।ଝିରିପାଣି ପୁଲିସି ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି । ତେବେ ସହରରେ ପୁଲିସି ହେଲମେଟ,ମଦୁଆଙ୍କୁ ଧରିବାରେ ବ୍ୟସ୍ତ ଥିବା ବେଳରେ ସହରରେ ଝାଡଖଣ୍ଡି ବଂଧୁକ ହାଉ ଯାଉ ହେଲାଣି । ବରା ବର ସହରକୁ ଚୋରା ବଂଧୁକ ଆସି କିଣା ବିକା ଚାଲି ଥିବାରୁ ଅପରାଧୀ ମାନେ ଅତି ସହଜରେ ବଂଧୁକ ଗୁଡିକୁ କିଣି ବେପାର କରିବା ଆରମ୍ଭ ହେଲାଣି ,ଏହା ଦ୍ୱାରା ଅସାମାଜୀକ ତତ୍ୱ ମାନେ ଏଭଳି ବଂଧୁକ ରଖିବାରେ ସୁଯୋଗ ପାଉଛନ୍ତି ।