
ଘସିପୁରା ,ଆମ ସଂସ୍କୃତି ଏବଂ ପରମ୍ପରାକୁ ଉଜ୍ବିବୀତ କରିବାକୁ ବିଶ୍ଵ ଗାୟତ୍ରୀ ପରିବାର ପକ୍ଷରୁ ଏକ ବ୍ଲକ ସ୍ତରିୟ ମୂରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଂଯୋଜକ ପ୍ରମୋଦକୁମାର ବରାଳଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଅଳତୀ ଗ୍ରାମ ମା”କଲ୍ଯାଣ ମଣ୍ତପଠାରେ ଅନୁଷ୍ଠିତ ଏହି ମୂରୁଜ ପ୍ରତିଯୋଗିତାରେ ୫୦ ରୁ ଉର୍ଦ୍ଧ ବିବାହିତା ମହିଳା ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ।ମୂଖ୍ଯ ଅତିଥି ଭାବେ ବସନ୍ତ ମଞ୍ଜରୀ ଫାଉଣ୍ତେସନର ପ୍ରତିଷ୍ଠାତା ତଥା ସମାଜସେବୀ ରତିକାନ୍ତ ବରାଳ , ବରିଷ୍ଠ ଗାୟତ୍ରୀ ସାଧକ ପ୍ରାଗଜୀ ଭଗବାନଲାଲ୍ ପଢିଆରୀ,ଅମରେଶ ପାତ୍ର,ସ୍ଥାନିୟ ସରପଞ୍ଚ ପ୍ରିୟବ୍ରତ ବରାଳ ପ୍ରମୂଖ ଯୋଗଦେଇ କାର୍ଯ୍ଯକ୍ରମକୁ ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିଙ୍କ ମଧ୍ଯରୁ ଜ୍ଯୋସ୍ନାମୟୀ ଓଝା ଶ୍ରୀଜଗନ୍ନାଥଙ୍କ ଉପରେ ସୁନ୍ଦର ଛବି ଆଙ୍କି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନିତା ନାଥ ଦ୍ବିତୀୟ ଏବଂ ବିଜୟଲକ୍ଷ୍ମୀ ଓଝା ତୃତୀୟ ସ୍ଥାନରେ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ସେହିପରୀ ଶାନ୍ତ୍ବନା ମୂଳକ ପୁରସ୍କାର ସ୍ବରୁପ ମୋଟ ଦଶଜଣଙ୍କୁ ମାନପତ୍ର ଏବଂ ଶାଢି ପ୍ରଦାନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି।ବିଚାରକ ଭାବେ ବରିଷ୍ଠ ପ୍ରସ୍ଥର କାରିଗର ହରେକୃଷ୍ଣ ମହାରଣା,ପ୍ରଦିପକୁମାର ନାୟକ,କାର୍ତ୍ତିକପ୍ରସାଦ ଶତପଥି କାର୍ଯ୍ଯ ସମ୍ପାଦନ କରିଥିଲେ।