-
ସରକାର ନୁହେଁ ପିଲାଏ ଚାହିଁଲେ ନିଶା ହଟିବ,
ସରକାର କି ଆଇନ୍ ନୁହେଁ, ବିଦ୍ୟାଳୟ ର ଛାତ୍ରଛାତ୍ରୀ ଚାହିଁଲେ ଦିନେ ଓଡ଼ିଶା ନିଶାମୁକ୍ତ ହେବ ବୋଲି କହିଛନ୍ତି ସମାଜସେବୀ ବଦ୍ରି ମିଶ୍ର, ଶିକ୍ଷାବିତ୍ ଚଣ୍ଡେଶ୍ଵର ମହାପାତ୍ର, କାମଦେବ ପ୍ରଧାନ, ମିନତୀ ବେହେରା ଓ ସଂଗଠକ ବଳରାମ ପଣ୍ଡା। ତପୋବନ ଟ୍ରଷ୍ଟ ପକ୍ଷରୁ” ନିଶାମୁକ୍ତ ଓଡ଼ିଶା: ନିଶାମୁକ୍ତ ବିଦ୍ୟାର୍ଥୀ”ଶୀର୍ଷକ ଆଲୋଚନାଚକ୍ର ରେ ଯୋଗଦାନ କରି ବକ୍ତାମାନେ କୋମଳମତି ପିଲାଏ ଚାହିଁଲେ ବିଦ୍ୟାଳୟ ଓ ପରିବାର ନିଶାମୁକ୍ତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଅନୁଷ୍ଠାନ ର ମୁଖ୍ୟ ସଂଯୋଜକ ଶିକ୍ଷାବିତ୍ ରମେଶ ଚନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ ବଳଗଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଆଲୋଚନାଚକ୍ର ରେ ସଂପାଦିକା ଚିତ୍ରରୂପା ଷଡ଼ଙ୍ଗୀ, ମନୋରଞ୍ଜନ ମିଶ୍ର, ନବଘନ ଶତପଥୀ, ଦେବାଶିଷ ମିଶ୍ର, ରଂଜିତା ପଟନାୟକ ଓ ସୁନାକର ପତି ଗୁଟଖା, ସିଗାରେଟ,ମଦ ଭଳି ନିଶାସେଵନ ର ଭୟାବହତା ଉପରେ ମନ୍ତବ୍ୟ ରଖିଥିଲେ। ଶିକ୍ଷୟତ୍ରୀ ରଞ୍ଜିତା ପଟନାୟକ ଓ ମିନାକ୍ଷୀ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରଂଜିତା ଜେନା,ନିରଞ୍ଜନ ରିପୁ ଓ ଅନ୍ନଦା ମହାନ୍ତି ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ର ଶହେ ଜଣ ଛାତ୍ର ଛାତ୍ରୀ ନିଶାମୁକ୍ତ ବିଦ୍ୟାର୍ଥୀ ଓ ନିଶାମୁକ୍ତ ଓଡ଼ିଶା ପାଇଁ ଶପଥ ପାଠ କରିଥିଲେ।