ସ୍ଥାନୀୟ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଓ ଦୁଧ ଵାଲା ଧର୍ମ ଶାଳା ରେ ତାରିଖ 11ରୁ 13 ନଭେମ୍ବର ପର୍ଯ୍ୟନ୍ତ ତ୍ରିଦିବସୀୟ ପ୍ରଗତିଶିଳ ସର୍ବ ସମାଜ PSS ତରଫରୁ NATIONAL CONVENTION ରାଷ୍ଟ୍ରୀୟ ଅଧିବେଶନ ମହା ସମାରୋହ ରେ ଉଦଘାଟିତ ହେଇଯାଇଅଛି |
ଆୟୋଜିତ ସଭା ରେ ପ୍ରଉତ ପ୍ରଣେତା ଶ୍ରୀ ପ୍ରଭାତ ରଂଜନ ସରକାରଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଭା ଉଦଘାଟନ ହୋଇଥିଲା |
ସମାଜରେ ସାମାଜିକ- ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି ସାଧାରଣ ଜନତା ଙ୍କ କ୍ରୟ ଶକ୍ତି ହ୍ରାସ ଯୋଗୁଁ ଗରିବୀ, ବେରୋଜଗାରୀ ସମସ୍ୟା ବୃଦ୍ଧି ପାଉଛି | ରାଜନୀତି ରୁ ଭ୍ରଷ୍ଟାଚାରୀ ନେତୃତ୍ୱ କୁ ଦୁରେଇ ନୀତିବାଦୀ ସଦବିପ୍ର କୁ ସ୍ୱାଗତ କରିବା ପାଇଁ ଆଲୋଚନା ହୋଇଥିଲା |
ଶ୍ରୀରାମ ଦାସ, ବରିଷ୍ଠ ସାମ୍ବାଦିକ, ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଡ଼ ପ୍ରଭାସ ଆଚାର୍ଯ୍ୟ, ରାଷ୍ଟ୍ରୀୟ ସମ୍ପାଦକ, ଲୋକ ସେବକ ମଣ୍ଡଳ, ବଳରାମ ଦାସ, ସାରା ମିଶ୍ର, ମହିଳା ନେତ୍ରୀ ସମାନୀୟ ଅତିଥିଭାବେ ଯୋଗ ଦେଇ ଥିଲେ | ଡ଼ ସତ୍ୟ ଦାସ, ଅବସର ପ୍ରାପ୍ତ ପ୍ରଫେସର ମଞ୍ଚ ପରି ଚାଳନା କରିଥିଲେ |
ଡ଼ ମହେନ୍ଦ୍ର ପ୍ରସାଦ ସିଂ, PSS ରାଷ୍ଟ୍ରୀୟ ଅଧ୍ୟକ୍ଷ, ସଭାପତିତ୍ବ କରିଥିଲେ ଏବଂ ସୁଶୀଲ ରଞ୍ଜନ, PSS କେନ୍ଦ୍ରୀୟ ମହା ସଚିବ, ମୁଖ୍ୟ ବକ୍ତା ଥିଲେ |
ସରୋଜ ରଞ୍ଜନ ପଟ୍ଟନାୟକ, ମହା ସଚିବ, ଉତ୍କଳ ସମାଜ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ, ଦିଲୀପ କୁମାର ପଣ୍ଡା, ମହା ସଚିବ, କୋଶଳ ସମାଜ, କୋଶଲ ରେ ଚାଲିଥିବା ଶୋଷଣ ଦୁର୍ନୀତି କୁ ମୁଳୋତ୍ପାଟନ କରିବାକୁ ଜନ ଆନ୍ଦୋଳନ ର ଆହ୍ବାନ ଦେଇଥିଲେ |
ଆଗାମୀ ଦିନ ତୃଣ ମୂଳ ସ୍ତର ରୁ ଲୋକଙ୍କୁ ମୌଳିକ ଆବଶ୍ୟକତା ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବା ର ସଂକଳ୍ପ ନିଆଗଲା |
ଦେଶର ବିଭିନ୍ନ ରାଜ୍ୟରୁ 1000 ରୁ ଅଧିକ ବିଭିନ୍ନ ସମାଜ ସଚିବ ସକ୍ରିୟ କର୍ମ କର୍ତ୍ତା ଯୋଗ ଦେଇଥିଲେ |
ସମାଜରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ଉଲ୍ଲେଖନିୟ ସେବା ମୂଳକ କାର୍ଯ୍ୟ କରି ଥିବାରୁ ବହୁ ପୁରସ୍କୃତ କରାଗଲା |
ଶୁକ୍ରବାର ଦିନ ଦୁଧ ଵାଲା ଧର୍ମ ଶାଳା ରୁ ଏକ ବିଶାଳ ରାଲି ଗୁଣ୍ଡିଚା ମନ୍ଦିର ପର୍ୟ୍ଯନ୍ତ ଯାଇଥିଲା | ଦୁନିଆ ର ନୀତିବାଦୀ ମାନେ ଏକ ହୁଅ,, ଏକ ଚୁଲ୍ହା ଏକ ଚୌକା – ଏକ ହେ ମାନବ ସମାଜ,
“ଜାତ ପାତ କା କରୋ ବିଦାଇ – ମାନବ ମାନବ ଭାଇ ଭାଇ”, “ଶୋଷଣ ଦୁର୍ନତି ବନ୍ଦ କର ” ଆଦି ସ୍ଲୋଗାନ ଦେଇଥିଲେ,
ସୁଦାମ ବେହେରା, ଲିଙ୍ଗରାଜ ମହାରଣା, ପ୍ରଣବ ପଶାୟତ, ଆଇନଜୀବୀ ହାଇକୋର୍ଟ ଓଡିଶା, ତପେଶ ଦେବ, ଧୂବ ନାରାୟଣ ଜି, କେଦାର ନାଥ ପ୍ରଧାନ, ପଦ୍ମା ଦେବି,ଶ୍ରୀଜା ଦେବି, ଆଇନ ଜୀବି, ଜିଜେନ୍ଦ୍ର ମୁନି, ସନ୍ତୋଷ ଧନୁଆର, ପ୍ରମୁଖ ନେତୃତ୍ୱ ନେଇଥିଲେ |ପ୍ରଗତିଶିଳ ଉତ୍କଳ ସମାଜ କମିଟି ତରଫରୁ ସରୋଜ ପଟ୍ଟନାୟକ ଏହି ସୂଚନା ପ୍ରଦାନ କରିଛନ୍ତି |