
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପଶ୍ଚିମବଙ୍ଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଖିଳ ଗିରୀଙ୍କ ବିରୁଦ୍ଧରେ ପୁରୀ ଟାଉନଥାନାରେ ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ରଥ ଇତଲା ଦାଏର କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଶ୍ରୀଯୁକ୍ତ ଗିରି ଭାରତର ରାଷ୍ଟ୍ରମୁଖ୍ୟ ,ପ୍ରଥମ ନାଗରିକ , ସାମ୍ବିଧାନିକ ମୁଖ୍ୟ ତଥା ଆମ ପ୍ରିୟ ରାଷ୍ଟ୍ରପତିଙ୍କୁ ସାଧାରଣ ଜନତାଙ୍କ ଉପସ୍ଥିତିରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଠାରେ ହାତରେ ମାଇକି ଧରି ରାଷ୍ଟ୍ରପତିଙ୍କ ରୂପକୁ ତାତ୍ସଲ୍ୟ ଓ ପରିହାସ କରିବାର ଦୃଶ୍ୟ ଟିଭି ପରଦାରେ ପ୍ରଚାରିତ ହେଉଛି ଯାହା ଅତ୍ୟନ୍ତ ଅସହ୍ୟ ଓ ଅଗ୍ରହଣୀୟ । ଏହାକୁ ସେ ଦୃଢ଼ ଶବ୍ଦରେ ନିନ୍ଦା କରିବା ସହ ଉକ୍ତ ଅଭିଯୁକ୍ତ ମନ୍ତ୍ରୀଙ୍କୁ ରାଷ୍ଟ୍ରଦ୍ରୋହୀ ଘୋଷଣା କରି ଜେଲ ହାଜତକୁ ପଠାଇବା ପାଇଁ ତାଙ୍କ ଏଫ ଆଇ ଆର ରେ ଦର୍ଶାଇଛନ୍ତି ।ଶ୍ରୀଯୁକ୍ତ ଗିରି ଯେଉଁ ଭଳି ଭାବରେ ରାଷ୍ଟ୍ରପତିଙ୍କୁ ପରିହାସ ଛଳରେ ତାଙ୍କ ରୂପକୁ କଟାକ୍ଷ କରୁଥିଲେ ତାହା ତାଙ୍କୁ ରାଷ୍ଟ୍ରଦ୍ରୋହୀ ଘୋଷଣା କରିବାରେ କିଛି ଅସୁବିଧା ନାହିଁ । ରାଷ୍ଟ୍ରପତିଙ୍କୁ ପରିହାସ କରିବା ଖବର ବିଦେଶରେ ଭାରତର ଛବିକୁ ନ୍ୟୁନ କରିବ । ତେଣୁ ଏ ଦିଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରୀଙ୍କ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରି ଡିଜିଙ୍କୁ ନିର୍ଦ୍ଧେଶ ଦେଇ ତାଙ୍କୁ ଗିରଫ କରି ରାଷ୍ଟ୍ରପତିଙ୍କୁ କ୍ଷମା ମଗାନ୍ତୁ ଓ ଦେଶବାସୀଙ୍କ ସମ୍ମୁଖରେ ଭୁଲ ମାଗନ୍ତୁ । କେନ୍ଦ୍ର ସରକାର ନିରବ ନ ରହି ଉକ୍ତ ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଯଥାଶୀଘ୍ର ଆଇନିଗତ ପଦକ୍ଷେପ ନେବାକୁ ଶ୍ରୀ ରଥ ଅନୁରୋଧ କରିଛନ୍ତି ।