
ହିଞ୍ଜିଳିକାଟୁ ଥାନା ଅଧୀନ ଶେଷ ଭାଗ ଜାତୀୟ ରାଜପଥ କଡରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନ ସହ ଅଞ୍ଚଳର ବିଭିନ୍ନ ମନ୍ଦିର, ଆମ୍ବ ତୋଟା ରେ ଚାଲିଛି ବେଧଡକ ଜୁଆ ଖେଳ। ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ଓ ଅନ୍ୟ ନିର୍ବାଚନ ମଣ୍ଡଳୀରୁ ନେତାଙ୍କ ଠାରୁ ଆରମ୍ଭ କରି ହାଇପ୍ରେ-ଫାଇଲ୍ ବ୍ୟକ୍ତିଙ୍କ ଜୁଆ ଆଡ୍ଡା କୁ ସୁଅ ଛୁଟିଛି।ଉକ୍ତ ସ୍ଥାନ ରେ ତାସ ଠାରୁ ଆରମ୍ଭ କରି କଉଡ଼ି ଖେଳ ଆସର ପଡୁଥିବାରୁ ଦିନକୁ ଦିନ ଜୁଆ ଖେଳ ବୃଦ୍ଧି ସହିତ ଜୁଆଡି ମାନଙ୍କ ଅଞ୍ଚଳ ପ୍ରତି ଶ୍ରାଦ୍ଧ ବଢୁଛି।ଲକ୍ଷ,ଲକ୍ଷ ଟଙ୍କା ଜୁଆ ରେ ବାଜି ଲାଗୁଥିବା ବେଳେ ଦାମୀ ଗାଡ଼ି, ଦାମୀ ମୋବାଇଲ,ସୁନା ମଧ୍ୟ ବନ୍ଧକ ପଡୁଛି ଏବେ ସମସ୍ତଙ୍କ ନଜର ସେହି ସ୍ଥାନକୁ ଖେଳକୁ ନେଇ ହେଉ କିମ୍ବା ଅନ୍ୟ ଉଦ୍ଦେଶ୍ୟ କୁ ନେଇ କେତେ ବେଳେ ମଧ୍ୟ ଅପ୍ରତିକାର ପରିସ୍ଥିତି ସୃଷ୍ଟି ହେଇପାରେ।ଭବିଷ୍ୟତ ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ଏଭଳି ଅବ୍ୟବସ୍ଥା ଲାଗି ରହିଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ପ୍ରତି ଅାଞ୍ଚ ଆସିପରେ ତାକୁ ଆଖି ଆଗରେ ରଖି ସମୟ ଥାଉ ଥାଉ ପ୍ରଶାସନ ଦୃଷ୍ଟି ଦେଇ ଏହା କୁ ରୋକିବା ପାଇଁ ସାଧାରଣ ରେ ଚର୍ଚ୍ଚା ହେଉଛି।