ବେଙ୍ଗାଲୁରୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ 2 ର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ ଯେଉଁଠାରେ ତାଙ୍କୁ ଟର୍ମିନାଲ୍ ବିଲ୍ଡିଂର ମଡେଲ ବିଷୟରେ ସୂଚନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ଏକ୍ସପେରିଏନ୍ସ ସେଣ୍ଟରରେ ଥିବା ସୁବିଧା ଯାଞ୍ଚ କରିବା ସହିତ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2 ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଟର୍ମିନାଲ୍ 2 ବିଷୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ଦେଖିଥିଲେ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି;
‘‘କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2, ବେଙ୍ଗାଲୁରୁ କ୍ଷମତା ସହିତ ଅଧିକ ସୁବିଧା ପ୍ରଦାନ କରିବ। ଆମର ସହରୀ କେନ୍ଦ୍ର ଗୁଡିକୁ ଉନ୍ନତ ମାନର ଭିତ୍ତିଭୂମି ଯୋଗାଇବା ଲକ୍ଷ୍ୟରେ ଏହା ଆମର ପ୍ରୟାସର ଏକ ଅଂଶ। ଟର୍ମିନାଲ ଟି ଅତ୍ୟନ୍ତ ସୁନ୍ଦର ଏବଂ ଯାତ୍ରୀ ମାନଙ୍କ ପାଇଁ ଉପଯୋଗୀ। ଏହାର ଉଦଘାଟନ କରି ମୁଁ ବହୁତ ଆନନ୍ଦିତ। ”