ବେଙ୍ଗାଲୁରୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି।
କ୍ରାନ୍ଥିଭିରା ସାଙ୍ଗୋଲି ରାୟାନା (କେଏସଆର) ରେଳ ଷ୍ଟେସନର ପ୍ଲାଟଫର୍ମ ନଂ 7 ରେ ପ୍ରଧାନମନ୍ତ୍ରୀ ପହଞ୍ଚି ଚେନ୍ନାଇ-ମଇଶୁରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦେଶର ପଞ୍ଚମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବଂ ଦକ୍ଷିଣ ଭାରତରେ ପ୍ରଥମ ଟ୍ରେନ୍ ହେବ। ଏହା ଚେନ୍ନାଇର ଇଣ୍ଡଷ୍ଟ୍ରିଆଲ୍ ହବ୍, ବେଙ୍ଗାଲୁରୁର ଟେକ୍ ଆଣ୍ଡ ଷ୍ଟାର୍ଟଅପ୍ ହବ୍ ଏବଂ ପ୍ରସିଦ୍ଧ ପର୍ଯ୍ୟଟନ ସହର ମଇଶୁରୁ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଚେନ୍ନାଇ-ମଇଶୁରୁ ବନ୍ଦେ ଭାରତ ଏକ୍ସପ୍ରେସ ବ୍ୟବସାୟିକ କାର୍ଯ୍ୟ ସହିତ ଯୋଗାଯୋଗକୁ ବୃଦ୍ଧି କରିବ। ଏହା ମଧ୍ୟ ଜୀବନକୁ ସୁଗମ କରିବ। ବେଙ୍ଗାଲୁରୁରୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଖୁସି। ”