ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭୋଟିଂର ରେକର୍ଡ କରିବାକୁ ଆହ୍ବାନ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ହିମାଚଳ ପ୍ରଦେଶର ସମସ୍ତ ବିଧାନସଭା ପାଇଁ ଆଜି ମତଦାନ ହେଉଛି । ଦେବଭୂମିର ସମସ୍ତ ମତଦାତାଙ୍କୁ ମୁଁ ନିବେଦନ କରୁଛି ଯେ ଗଣତନ୍ତ୍ରର ଏହି ଉତ୍ସବରେ ସମ୍ପୂର୍ଣ ଉତ୍ସାହର ସହ ଭାଗ ନିଅନ୍ତୁ ଓ ଭୋଟିଂର ନୂଆ ରେକର୍ଡ ସୃଷ୍ଟି କରନ୍ତୁ । ଏହି ଅବସରରେ ପ୍ରଥମ ଥର ଭୋଟ ଦେଉଥିବା ରାଜ୍ୟର ସମସ୍ତ ଯୁବକ- ଯୁବତୀଙ୍କୁ ବିଶେଷ ଶୁଭକାମନା ।