ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେବା ମାମଲାରେ ମମତା ବାନାର୍ଜୀ ସରକାରରେ ମନ୍ତ୍ରୀ ଅଖିଳ ଗିରିଙ୍କ ଇସ୍ତଫା ଦାବି କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଦେଶର ପ୍ରଥମ ନାଗରିକ ଓ ଆଦିବାସୀ ସମାଜର ପ୍ରଥମ ରାଷ୍ଟ୍ରପତି ଓ ଜଣେ ମହିଳାଙ୍କ ଅପମାନ କରୁଥିବା ଏଭଳି ହାଲୁକା ବ୍ୟକ୍ତି ଯଦି ଆପଣଙ୍କ ମନ୍ତ୍ରିମଣ୍ଡଳରେ ରହନ୍ତି ତେବେ ଆପଣଙ୍କୁ (ମମତା ବାନାର୍ଜୀ)ଙ୍କୁ ଇସ୍ତଫା ଦେଇଦେବା ଉଚିତ । ଅଖିଳ ଗିରିଙ୍କ ମନ୍ତ୍ରୀପଦରେ ରହିବା ସମସ୍ତ ନାରୀ ଜାତି ଓ ସମ୍ପୂର୍ଣ ଦେଶର ଅପମାନ ।
Related Stories
November 24, 2024