ଭୁବନେଶ୍ୱର – ଚାଷୀଙ୍କଠାରୁ ଧାନ କିଣିବା ସମୟ ଯେତିକି ପାଖେଇ ଆସୁଛି ସରକାର ଓ ପ୍ରଶାସନ ସେତିକି ବେପାରୁଆ ହୋଇଯାଉଛି । ସମ୍ବଲପୁର ଚାଷୀ ଧାନ ବିକ୍ରି କରିବାକୁ ଗଲାବେଳେ ଟୋକେନ ନାହିଁ କହି ଧାନ କିଣିଲେ ନାହିଁ । ତାପରେ ଅତ୍ୟନ୍ତ ତରବରିଆ ଭାବରେ ବିଭିନ୍ନ ସୋସାଇଟିକୁ ଯେଉଁ ଟୋକେନ୍ ଦେଲେ, ସେଥିରେ କେତେ ପରିମାଣ ଧାନ ଚାଷୀ ଠାରୁ କିଣାଯିବ ତାହା ଉଲ୍ଲେଖ କଲେ ନାହିଁ, ଯାର ଧାନ କଟା ହୋଇନି ତାର ନାମରେ ଟୋକେନ୍ ପଠାଇ ତିନିଦିନ ମଧ୍ୟରେ ଧାନ ନ ଦେଲେ, ଧାନ ରଖାଯିବ ନାହିଁ ବୋଲି ଘୋଷଣା କଲେ ।
ସରକାର ଓ ପ୍ରଶାସନର ଏହି ଚକ୍ରାନ୍ତ ଚାଷୀଠାରୁ ଧାନ ନକିଣି ମିଲ ମାଲିକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ । ଏହି ପରିସ୍ଥିତିରେ ଯେଉଁ ଚାଷୀ ଧାନ ମଣ୍ଡିକୁ ନେବେ ସେମାନଙ୍କଠାରୁ ଧାନି କିଣିବା ଏବଂ ସେହି ଧାନର ଟଙ୍କା ତୁରନ୍ତ ଦେବା ପାଇଁ କୃଷକ ସଭା ଦାବୀ କରିଛି ।
ରାଜ୍ୟର ବହୁଳ ଭାବରେ ଭାଗଚାଷୀ ରହିଛନ୍ତି । ଜମି ମାଲିକଙ୍କ ଚାଷ ନକରି ଧାନ ବିକ୍ରି କରୁଥିବାବେଳେ ଭାଗଚାଷୀ ଛାଷୀ ହୋଇ ମଧ୍ୟ ଧାନ ବିକ୍ରୀ କରିପାରୁନାହିଁ । ସେ ଦୃଷ୍ଟିରୁ ଭାଗଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବାଗଚାଷୀ କାର୍ଡ ଦେଇଥିଲେ ସେମାନ ଧାନ ବିକ୍ରୀ କିରପାରିବେ । ବର୍ତମାନ ତୁରନ୍ତ ଏ ଦିଗରେ ଗ୍ରାମ ସଭା କରି ଭାଗଚାଷୀ ଚିହ୍ନଟ କରି ତା’ଠାରୁ ଧାନ କିଣିବା ପାଇଁ କୃଷକ ସଭା ଦୃଢ ଦାବୀ କରିଛି ।
Related Stories
November 25, 2024