-
ମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି
ଭୁବନେଶ୍ୱର,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେବା ମାମଲାରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ମୁନ୍ନା ଖାନ ଏହି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ।
ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ତୃଣମୂଳ କଂଗ୍ରେସର ମନ୍ତ୍ରୀ ଯେଉଁ ଆପତିଜନକ ବକ୍ତବ୍ୟ ଦେଇଛନ୍ତି ତାକୁ ବିଜେଡି ନିନ୍ଦା କରୁଛି । ଏଭଳି ବ୍ୟକ୍ତିଙ୍କୁ ମନ୍ତ୍ରି ମଣ୍ଡଳରେ ରହିବାକୁ ଦିଆଯିବା ଉଚିତ ନୁହେଁ । ସେ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଯାହା ଆବଶ୍ୟକ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।