ଧର୍ମଶାଳା,ଯାଜପୁର ଜିଲାରେ ମନ୍ଦିରମାନଙ୍କରେ ଚୋରି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ହେଲେ ଦୃବୃତଙ୍କୁ ଠାବ କରିବା ଏବେ ଜରୁରୀ ହୋଇପଡିଛି । ଗତ କାଲି ବିଳମ୍ବିତ ରାତିରେ ମନ୍ଦିରରୁ କଳାକନା ବୁଲାଇ ଦୃବୃତମାନେ ବହୁ ମୂଲ୍ୟବାନ ମୂର୍ତିରେ ଚୋରି କରି ନେଇ ଯାଇଥିବା ଜଣାପଡିଛି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଂଚାୟତସ୍ଥ ବଳଦେବଜୀଉ ମନ୍ଦିରରୁ । ଗତ କାଲି ମନ୍ଦିରର ତାଲା ଭାଙ୍ଗି କେହି ଦୃବୃତ ୬ଗୋଟି ମୂଲ୍ୟବାନ ଅଷ୍ଟଧାତୁ ମୂର୍ତି ଚୋରି କରି ନେଇ ଯାଇଥିବା ଜଣାପଡିଛି । ଥାନାରେ ଅଭିଯୋଗ ପରେ ପୁଲିସ ଘଟଣା ତଦନ୍ତ ଜାରି ରଖିଛି ।
ଅଭିଯୋଗ ମୁତାବକ , ଆଜି ସକାଳୁ ମନ୍ଦିରର ପୂଜକ ମନ୍ଦିର ଗେଟ ତାଲା ଭଙ୍ଗା ଯାଇଥିବା ପ୍ରଥମେ ଦେଖିବାକୁ ପାଇଥିଲେ । ଏବଂ ମନ୍ଦିର ଭିତର ଆସ୍ଥାନରେ ଥିବା ଅଷ୍ଟଧାତୁ ମୂର୍ତି ସବୁ ଚୋରି ହୋଇ ଯାଇଥିବା ଜାଣିବାକୁ ପାଇଥିଲେ । ଏଥି ସହିତ ପୂଜା ପାଉଥିବା ରାମକୃଷ୍ଣ,ମଦନମୋହନ,ଦେବୀ ରାଧା ଲକ୍ଷ୍ମୀ,ସରସ୍ୱତୀ ଆଦି ୬ଟି ବିରଳ ଅଷ୍ଟଧାତୁ ମୂର୍ତିକୁ କେହି ଦୃବୃତ ଲୁଟି ନେଇଛନ୍ତି । ସଂଗେସଂଗେ ପୂଜକ ଏନେଇ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ । ଏନେଇ ଧର୍ମଶାଳା ଥାନାରେ କମିଟି ପକ୍ଷରୁ ଏତଲା ଦିଆଯିବା ପରେ ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପଂହଚି ତଦନ୍ତ ଜାରି ରଖିଛନ୍ତି । ଚୋରି ହୋଇଥିବା ମୂର୍ତି ଶହଶହ ବର୍ଷର ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏଭଳି ଘଟଣାକୁ ନେଇ ଭକ୍ତ ମହଲରେ ୍ରସନ୍ତୋଷ ପ୍ରକାଶ ପାଇଛି ।