କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ‘ଜନସମ୍ପର୍କ ପଦଯାତ୍ରା କୃଷ୍ଣପ୍ରସାଦ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଏହି ପଦଯାତ୍ରାରେ ହଜାରହଜାର ନେତା ଓ କର୍ମୀଙ୍କୁ ସାମିଲ୍ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି l ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ତାଙ୍କ ସଂଗଠନ କେତେ ଶକ୍ତିଶାଳୀ ପଦଯାତ୍ରା ଜରିଆରେ ବିରୋଧୀଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି । 2024 ନିର୍ବାଚନ ପୂର୍ବରୁ ସଞ୍ଜୟଙ୍କ ଏଭଳି ଶକ୍ତି ପ୍ରଦର୍ଶନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ବଜ୍ରକୋଟଠାରୁ ବାହାରୀ ପ୍ରାୟ ୫ କିଲୋମିଟର ଦୂର ମାଲୁଦ ପଞ୍ଚୁଦୋଳ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା l
ପରେ ମାଲୁଦ ପଞ୍ଚୋଦୋଳ ପଡିଆ ନିକଟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଦାସବର୍ମା କହିଥିଲେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେଉଥିବା ପଦଯାତ୍ରା ଜନପ୍ରତିନିଧିଙ୍କୁ ଲୋକଙ୍କୁ ଆହୁରି ନିକଟତ୍ତର ହେବାର ସୁଯୋଗ ସୃଷ୍ଟି କରିଛି। ନିର୍ବାଚିତ ଜନପ୍ରତିନିଧି ସର୍ବଦା ସାଧାରଣ ଜନତାଙ୍କ ନିକଟରେ ଉତ୍ତରଦାୟୀ । ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଦିଗଦର୍ଶନ ଯୋଗୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗମନାଗମନଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଉଲ୍ଲେଖନୀୟ ବିକାଶ ସମ୍ଭବପର ହୋଇପାରିଛି। ସାଢ଼େ ୪ କୋଟି ଓଡିଶାଙ୍କ କଲ୍ୟାଣ ପାଇଁ ବିଗତ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଯାହାର ସୁବିଧା ଆଜି ତୃଣମୂଳସ୍ତରରେ ପହଞ୍ଚି ପାରିଛି। ଅବହ଼େଳିତ କୃଷ୍ଣପ୍ରସାଦ ଅଞ୍ଚଳରେ ଗଢିଉଠିଥିବା ଆଇଟିଆଇ କଲେଜ, ମାଲୁଦ ଠାରେ ପ୍ରତିଷ୍ଠିତ ଆଦର୍ଶ ବିଦ୍ୟାଳୟ, ଦମକଳ କେନ୍ଦ୍ର, ମଏଁସା ଓ ବ୍ରହ୍ମପୁରକୁ ବିଦ୍ୟୁତ ସଂଯୋଗ, ତିତିପ ଠାରେ 33KV ଇଲକ୍ଟ୍ରୋନିକ୍ ଗ୍ରୀଡ୍ ସବଷ୍ଟେସନ , ପ୍ରୟାଗି ଠାରୁ କୃଷ୍ଣପ୍ରସାଦ ରାସ୍ତା ଓ କୃଷ୍ଣପ୍ରସାଦ ଠାରୁ ଚାମୁଣ୍ଡିଆ ପେଣ୍ଠ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ତଥା ରୁଷିକୂଲ୍ୟା ନଦୀରୁ କୃଷ୍ଣ ପ୍ରସାଦ ବ୍ଲକକୁ 182 କୋଟି ଟଙ୍କା ବ୍ୟୟରେ ବୃହତ ପାନୀୟ ଜଳ ପ୍ରକଳ୍ପ ଭଳି ବହୁ ଯୋଜନା ଚିଲିକା ଘେର ଭିତରେ ଥିବା ଦୀପାଞ୍ଚଳ ବିକାଶରେ ସାମିଲ ହୋଇପାରିଛି l
ଆଜି କୃଷ୍ଣପ୍ରସାଦର ଚିଲିକା ଘେରି ଭିତରେ ଥିବା 14ଗୋଟିପଞ୍ଚାୟତର ଏତେ ସଂଖ୍ୟାରେ ଲୋକେ ଏକାଠି ହୋଇ ବିଜେଡିକୁ ସମର୍ଥନ ଜଣାଇବା ପୁରୁଣା ସ୍ମୃତିକୁ ପୁଣି ତାଜା କରି ଦେଇଥିବା ଶ୍ରୀ ଦାସବର୍ମା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଜନସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଦଳର କର୍ମୀ ଓ ସ୍ଥାନୀୟ ନେତୃବୃନ୍ଦଙ୍କୁ ସେ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ସାଂସଦଙ୍କ ପ୍ରତିନିଧି ରାଜ କିଶୋର ବିଶ୍ୱାଳ, ଯୁଧିଷ୍ଠିର ନାୟକ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷା ଶକୁନ୍ତଳା ଗଡ଼ୁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ସନ୍ଦିପ କୁମାର ଜେନା, କୃଷ୍ଣପ୍ରସାଦ ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ, କୃଷ୍ଣପ୍ରସାଦ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବରିଷ୍ଟ ନେତା ପୂର୍ଣ୍ଣ ଚନ୍ଦ୍ର ଗଡ଼ୁ, ରମେଶ ପଲେଇ, ପ୍ରଦିପ ଦାସ, ବିଜୟ କୁମାର ତରେଇ, ମାଲୁଦ ସରପଞ୍ଚ ମୁନା ଜେନା, ପୂର୍ବତନ ସରପଞ୍ଚ ରବିନ୍ଦ୍ର ଦାସ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଦିଲିପ ରଣସିଂହ, ବ୍ଲକ ଯୁବ ସଭାପତି ଅଭୟ କୁମାର ମହାପାତ୍ର, ଜ୍ଞାନଚନ୍ଦ୍ର ପ୍ରଧାନ, ଫାଲଗୁନି ଜାଲି, ଛାତ୍ର ନେତା ଲଳିତ ରଣସିଂହ, ଶାନ୍ତନୁ କୁମାର ମାଝୀ, ସୁନିଲ ଜେନା, ବସନ୍ତ କୁମାର ବିଶ୍ଵାଳ, କୃଷ୍ଣପ୍ରସାଦ ବ୍ଲକର ନବନିର୍ବାଚିତ ଜନପ୍ରତିନିଧି, ବ୍ରହ୍ମଗିରିର ଯୁବ ନେତା ଗୋବିନ୍ଦ ସାମନ୍ତସିଂହାର, ବିଜୟ ଦଳାଇ ବରିଷ୍ଠ ନେତୃବୃନ୍ଦ, ମହିଳା ନେତ୍ରୀ, ଦଳୀୟ ପଦାଧିକାରୀ, କର୍ମୀ ତଥା ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।