କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧୀନରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବ୍ଳକର କାର୍ଯ୍ୟରତ
ଠିକା କର୍ମଚାରୀ ବୃନ୍ଦ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି |ସେମାନେ ସ୍ମାରକୀ ପତ୍ରରେ ଉଲ୍ଲେଖ କରିଛନ୍ତି କି ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଆମ୍ଭେମାନେ ଓଡ଼ିଶାର ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଅଛୁ।
ମହାମାରୀ କରୋନା ସମୟରେ ଉତ୍ତମ ସ୍ବାସ୍ଥ୍ୟ
ଓଡ଼ିଶାର ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକର ଉନ୍ନତି ଆଣିବା ସହିତ ଗୁଣବତ୍ତା ସ୍ଵାସ୍ଥ୍ୟ ସେବା ସମସ୍ତଙ୍କ ପାଖରେ
ପହଞ୍ଚାଇପାରିଛୁ। ମହାମାରୀ, ଦୁରାରୋଗ୍ୟ କୁଷ୍ଠ ଯକ୍ଷ୍ମା, ମ୍ୟାଲେରିଆ, ପୋଲିଓ, ଏଡ୍ସ,ଡେଙ୍ଗୁ, ଆଦି ରୋଗକୁ ନିଜର ଦକ୍ଷ ସ୍ବାସ୍ଥ୍ୟ ସେବାପରିଚାଳନା ରେ ନିୟନ୍ତ୍ରଣ କରିପାରିଛୁ। ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ନିୟନ୍ତ୍ରଣ ଭଳି ସ୍ଵାସ୍ଥ୍ୟ ସୂଚକାଙ୍କ ଆଶାତୀତ ଭାବରେ ହ୍ରାସ କରିପାରିଛୁ। କୋଭିଡ ଭଳି ସେବା ପରିଚାଳନା କରି ଶହ ଶହ ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ
ପରିଛୁ। ଏତେ କାର୍ଯ୍ୟରେ ଆମ୍ଭେ ଲୋକଙ୍କ ସେବା କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନାକୁ ସୁପରିଚାଳନା କରିଆସୁଥିଲେ ମଧ୍ୟ ଓଡ଼ିଶା ସରକାର ଆମ୍ଭମାନଙ୍କର ଅନୁରୋଧ ତଥା କାର୍ଯ୍ୟଦାବି ପ୍ରତି କେବେ କର୍ଣ୍ଣପାତ କରୁନାହାଁନ୍ତି । ଯାହାକି ଆମ୍ଭମାନଙ୍କ ପାଇଁ ଓ ଆମ୍ଭମାନଙ୍କ ପରିବାରବର୍ଗଙ୍କ ପାଇଁ ଅତ୍ୟନ୍ତ କ୍ଷୋଭ ତଥା ଦୁଃଖର ବିଷୟ ଅଟେ । ଚଳିତ ବର୍ଷ ଅକ୍ଟୋବର ମାସ ୧୬ ତାରିଖ ଦିନ ଯେତେବେଳେ ସରକାର
ଠିକା ପ୍ରଥା ଉଚ୍ଛେଦର ଘୋଷଣା କଲେ ଏବଂ ଆମ୍ଭଙ୍କୁ ଉକ୍ତ ଠିକା ନିଯୁକ୍ତିରେ ପୁନଶ୍ଚ ରହିବାର ବ୍ୟବସ୍ଥା କଲେ
ଆମ୍ଭର ଦୁଃଖର ମାତ୍ରା ବହୁଗୁଣିତ ହେବା ସହିତ ଆମ୍ଭମାନଙ୍କୁ ମର୍ମାହତ କରିଥିଲା ଏବଂ ଯେତେବେଳେ ଓଡ଼ିଶା ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧୀନରେ କାର୍ଯ୍ୟରତ 8814 ରୁ ଉର୍ଦ୍ଧ୍ବ ପ୍ରକୃତ ଠିକା କର୍ମଚାରୀଙ୍କୁ ବାଦ୍ ଦେଇ ଅନ୍ୟାନ୍ୟ ବିଭିନ୍ନ ବିଭାଗର ୫୭ ହଜାର ଠିକା କର୍ମଚାରୀମାନଙ୍କ ଚାକିରି ନିୟମିତ କରିଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ସଦୟ ଦୃଷ୍ଟି ଆକର୍ଷଣ ଏବଂ ବିହିତ ତ୍ବରିତ ପଦକ୍ଷେପ ପାଇଁ ଆମ୍ଭେ ପ୍ରାୟ 2630 ଜଣ ଆୟୁଷ ଡାକ୍ତର, ଦନ୍ତ ଚିକିତ୍ସକ,
ମୋବାଇଲ ହେଲଥ ରେ କାର୍ଯ୍ୟରତ ।968ଜଣ ପାରାମେଡିକାଲ କର୍ମଚାରୀ, ବ୍ଳକ ଓ ଉପଖଣ୍ଡ ଜନସ୍ବାସ୍ଥ୍ୟ
ପରିଚାଳନା କେନ୍ଦ୍ରରେ କାର୍ଯ୍ୟରତ 1853ମ୍ୟାନେଜରିଆଲ କର୍ମଚାରୀ, ଜିଲ୍ଲା ଜନସ୍ବାସ୍ଥ୍ୟ ପରିଚାଳନା
କେନ୍ଦ୍ରରେ କାର୍ଯ୍ୟରତ ।230 ମ୍ୟାନେଜରିଆଲ କର୍ମଚାରୀ, ମେଡିକାଲଆଲାଏଡ଼ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ
କାର୍ଯ୍ୟରତ 603 କର୍ମଚାରୀ ରାଜ୍ୟ ଜନ ସ୍ଵାସ୍ଥ୍ୟ ପରିଚାଳନା ନିର୍ଦେଶାଳୟ ରେ କାର୍ଯ୍ୟରତ 311
ମ୍ୟାନେଜରିଆଲ ଓ ପରାମର୍ଶଦାତା କର୍ମଚାରୀ ଏବଂ ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ନିୟୋଜିତ 451 ଜଣ କର୍ମଚାରୀ ଏହି ସ୍ମାରକପତ୍ର ହସ୍ତାନ୍ତରିତ କରି ନିବେଦନ କରୁଅଛୁ ଯେ ଯଥାଶୀଘ୍ର ଏହି ବିଷୟରେ ପୁଂଖାନୁପୁଂଖ ବିଚାର ବିମର୍ଷ କରି ଆମ୍ଭମାନଙ୍କ ଭଳି ପ୍ରକୃତ ଠିକା କର୍ମଚାରୀମାନଙ୍କର ଚାକିରିକୁ ନିୟମିତ କରିବା ପାଇଁ ତ୍ବରିତ ପଦକ୍ଷେପ ନିଅନ୍ତୁ ।
ଆମର ପ୍ରଗାଢ ଆଶା ଓ ବିଶ୍ବାସ ରହିଛି ଯେ ଏଥର ନିଶ୍ଚିତ ଭାବରେ ଓଡିଶା ସରକାର ଆମ୍ଭମାନଙ୍କର ଗୁହାରିକୁ ଶୁଣିବେ, ଯାହାଦ୍ବାରା ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ ମିଶନ ଏବଂ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧୀନରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କ ମୁହଁରେ ହସ ଫୁଟିବା ସହିତ ସେମାନଙ୍କ ପରିବାର ବର୍ଗ ମଧ୍ୟ ଖୁସିରେ ରହିବେ ।
Related Stories
November 25, 2024