
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଗୁରୁବାର ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ହେବାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଆସିଥିଲେ |ଦର୍ଶନ ପାଇଁ ଯିବା ସମୟରେ ବଳଗଣ୍ଡି ଛକ ଠାରୁ ଦୁଇ ପାର୍ଶ୍ୱରେ ଉପସ୍ଥିତ ଥିବା ଲୋକଙ୍କୁ ଦେଖି ଭାବବିହ୍ୱଳ ହୋଇ ପ୍ରୋଟୋକାଲ ଭାଙ୍ଗି ଶ୍ରୀମନ୍ଦିର ପର୍ଯ୍ୟନ୍ତ ୨ କିଲୋମିଟର ଚାଲି ଚାଲି ଆସିଥିଲେ |ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିବା ପରେ ଦୁଇହାତ ଯୋଡି ପ୍ରଣାମ କରିଥିଲେ | ଏହା ପରେ ବାଇଶି ପାହାଞ୍ଚ ଦେଇ ଶ୍ରୀଜିଉ ଙ୍କ ଦର୍ଶନ କରିଥିଲେ |ଏହି ସମୟରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ |
ରାଷ୍ଟ୍ରପତିଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରେ ବାନା ବନ୍ଧା ଯାଇଥିଲା । ମନ୍ଦିର ଚୁଡାରେ ଏହି ବାନା ବନ୍ଧା ଯାଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ଚୁଡାରେ ଏହି ବାନା ବନ୍ଧା ଯିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମରେ ଏକ ରସିଦ ମଧ୍ୟ କଟାଯାଇଥିଲା ବୋଲି ବରିଷ୍ଠ ସେବାୟତ
ମଧୁସୂଦନ ସିଂହାରୀ ସୂଚନା ଦେଇଛନ୍ତି । ଏହି ବାନା ୧୪ ହାତର ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ୪ଟାରେ ଶ୍ରୀମନ୍ଦିର ଉପରେ ବାନା ବନ୍ଧା ଯାଇଥିଲା ।