ନୂଆଦିଲ୍ଲୀ, କେନ୍ଦ୍ର ସରକାର ଗୁରୁବାର ଦିନ ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି । ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ ଏହି ଅର୍ଥ ଖୁବ ଅଧିକ ।
ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ୫୨୮୩ କୋଟି ଟଙ୍କା ମିଳିଛି ।
ପୁଞ୍ଜି ଓ ବିକାଶ ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତା ଅନୁରୂପ ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।