ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣାଟକ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଦୁଇ ଦିନିଆ ଗସ୍ତ ରେ ରହିବେ । ପ୍ରଧାନମନ୍ତ୍ରୀ ମୋଦୀ ସକାଳ 9.45 ମିନିଟରେ ବିଧାନ ସୌଧ, ବେଙ୍ଗାଲୁରୁରେ କବି ଶ୍ରୀ କନକ ଦାସ ଓ ମହର୍ଷୀ ବାଲ୍ମିକୀଙ୍କ ପ୍ରତିମାରେ ପୁଷ୍ପାଂଜଳି ଅର୍ପିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁର କେଏସଆର ରେଲୱେ ଷ୍ଟେସନରେ ସକାଳ 10.20ରେ ବନ୍ଦେ ଭାରତ ଏକ୍ସପ୍ରେସ ଓ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନକୁ ସବୁଜ ପତାକା ଦେଖାଇବେ । ପ୍ରଧାନମନ୍ତ୍ରୀ ମୋଦୀ ସକାଳ 11.30ରେ ବେଙ୍ଗାଲୁରୁର କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ -2ର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଦିନ 12 ଟାରେ ନାଦପ୍ରଭୁ କେମ୍ପେଗୌଡାଙ୍କ 108 ଫୁଟ ବ୍ରୋଂଜ ପ୍ରତିମାକୁ ଉନ୍ମୋଚନ କରିବେ ।
ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ସାଢେ ତିନିଟାରେ ତାମିଲନାଡୁର ଡିଂଡିଗୁଲ ଗାନ୍ଧୀଗ୍ରାମ ଗ୍ରାମ୍ୟ ସଂସ୍ଥାନର 36ତମ ସମାବର୍ତନ ସମାରୋହରେ ସାମିଲ ହେବେ ।