ଭୁବନେଶ୍ୱର, ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ନିଜେ ପାଠ ପଢିଥିବା ସ୍କଲରେ ପହଂଚି ବେଶ୍ ଭାବବିହ୍ୱଳ ହୋଇପଡିଥିଲେ ରାଷ୍ଟ୍ରପତି । ସେ ତାଙ୍କର ହଷ୍ଟେଲରେ ଥିବା ରେଜିଷ୍ଟରରେ ଏହାର ଉଲ୍ଲେଖ କରିଛନ୍ତି ।
ସେ ରେଜିଷ୍ଟରରେ ଲେଖିଛନ୍ତି ଯେ – ଆଜି କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରି ମୁ ବହୁତ ଖୁସି । ମୋର ଏହି ହଷ୍ଟେଲ ପରିଦର୍ଶନ ମୋ ଛାତ୍ରୀ ଜୀବନ ଅନେକ ଅଭୁଲା ସ୍ମୁତି କୁ ଉଜ୍ଜୀବିତ କରିଛି ।
ହଷ୍ଟେଲର ଅନ୍ତେବାସିନୀ ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ କଥା ବାର୍ତା ହେବା ସମୟ ରେ ମୁଁ ଭାବ ବିହ୍ୱଳ ହୋଇ ପଡ଼ିଲି । ଶୁଖ ର କଥା ଏଠାରେ ଛାତ୍ରୀ ମାନଙ୍କୁ ଏକ ସୁରକ୍ଷିତ ସ୍ୱଚ୍ଛ ଏବଂ ଘରେଇ ପରିବେଶ ମିଳୁଛି । ମୁଁ ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି ।