କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଓଡ଼ିଶାର ଜଣେ ସ୍ୱନାମଧନ୍ୟ ପଟ୍ଟଚିତ୍ର ଶିଳ୍ପୀ ଭାବେ ପ୍ରସିଦ୍ଧ ପୁରୀର ପଙ୍କଜ କୁମାର ବେହେରାଙ୍କ ଦ୍ୱାରା ପ୍ରସ୍ତୁତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ସିଂହାର ବେଶର ଦୁର୍ଲ୍ଲଭ ପଟ୍ଟଚିତ୍ର ଉପହାର ନେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏହି ପଟ୍ଟଚିତ୍ର ଉପହାର ଦେଇଛି । ଏହି ଚିତ୍ରଟି ଶିଳ୍ପୀ ପଙ୍କଜ ବେହେରା ଯେଉଁଦିନ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦି ମୁର୍ମୁ ଶପଥ ଗ୍ରହଣ କଲେ ସେହିଦିନ ହିଁ ମହାମହିଙ୍କ ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରିଥିଲେ । ସୌଭାଗ୍ୟବଶତଃ ଏହି ଚିତ୍ରଟି ଆଜି ସିଂହଦ୍ୱାରରେ ଗ୍ରହଣ କରିଛନ୍ତି ଭାରତର ପ୍ରଥମ ନାଗରିକ । ଏହା ପୂର୍ବରୁ ଶିଳ୍ପୀ ପଙ୍କଜ ବେହେରାଙ୍କ ସ୍ୱହସ୍ତ ନିର୍ମିତ ପଟ୍ଟଚିତ୍ର ଭାରତର ୪ ଜଣ ପୂର୍ବତନ ରାଷ୍ଟ୍ରପତି (ଡ. ଏପିଜେ ଅବ୍ଦୁଲ କଲାମ, ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀ ଓ ରାମନାଥ କୋବିନ୍ଦ) ଶ୍ରୀମନ୍ଦିର ପ୍ରଶାସନଠାରୁ ଗ୍ରହଣ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶିଳ୍ପୀଙ୍କ ପଟ୍ଟଚିତ୍ର ସ୍ମୃତିସ୍ୱରୂପ ନେଇଛନ୍ତି ।
Related Stories
November 24, 2024
November 24, 2024