ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ବିଶାଖାପାଟଣାଠାରେ ଛଅଲେନ ବିଶିଷ୍ଟ ଏ.ପି. ସେକ୍ସନ ଗ୍ରୀନ୍ ଫିଲ୍ଡ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର ଶିଳାନ୍ୟାସ କରିବେ । ବିଶାଖାପାଟଣା ରେଳ ଷ୍ଟେସନ ପୁନଃର୍ବିନ୍ୟାସ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ୨୦୧୬ରେ ପ୍ରଧାନମନ୍ତ୍ରୀ ରାମଗୁଣ୍ଡମଠାରେ ଶିଳାନ୍ୟାସ କରିଥିବା ସାର କାରଖାନାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ଡିଣ୍ଡିଗୁଲଠାରେ ଗାନ୍ଧୀଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର ୩୬ତମ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୧ ଓ ୧୨ , ୨୦୨୨ରେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ପୂର୍ବାହ୍ନ ୯ଟା ୪୫ ମିନିଟ୍ରେ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ବେଙ୍ଗାଲୁର ବିଧାନସଭା ସୌଧ ନିକଟରେ ସନ୍ଥ କବି ଶ୍ରୀ କନକ ଦାସ ଓ ମହର୍ଷି ବାଲ୍ମିକୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସକାଳ ପ୍ରାୟ ୧୦ଟା ୨୦ମିନିଟ୍ରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରର କେଏସଆର ରେଳଷ୍ଟେସନ ଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଓ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିବେ ।
ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟାବେଳେ ପ୍ରଧାନମନ୍ତ୍ରୀ କେମ୍ପେଗୌଡା ଆର୍ନ୍ତଜାତିକ ବିମାନ ବନ୍ଦରର ଦୁଇନମ୍ବର ଟର୍ମିନାଲର ଉଦ୍ଘାଟନ କରିବେ । ପ୍ରାୟ ମଧ୍ୟାହ୍ନ ୧୨ଟା ବେଳେ ପ୍ରଧାନମନ୍ତ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ମିଟର ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଚ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ ଓ ୧୨ଟା ୩୦ମିନିଟ୍ରେ ବେଙ୍ଗାଲୁରୁଠାରେ ଏକ ସାଧାରଣ ଉତ୍ସବରେ ଯୋଗଦେବେ । ଅପରାହ୍ନ ପ୍ରାୟ ୩ଟା ୩୦ମିନିଟ୍ରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ଡିଣ୍ଡିଗୁଲଠାରେ ଗାନ୍ଧୀଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର ୩୬ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ ।
ନଭେମ୍ବର ୧୨ତାରିଖ ଦିନ ପୂର୍ବାହ୍ନ ପ୍ରାୟ ସାଢେ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଅପରାହ୍ନ ପ୍ରାୟ ସାଢେ ତିନିଟାବେଳେ ପ୍ରଧାନମନ୍ତ୍ରୀ ତେଲଙ୍ଗାନାର ରାମଗୁଣ୍ଡମ ସ୍ଥିତ ଆରଏଫସିଏଲ କାରଖାନା ପରିଦର୍ଶନ କରିବେ । ପରେ ପରେ ଅପରାହ୍ନ ପ୍ରାୟ ୪ଟା ୧୫ମିନିଟ୍ରେ ରାମଗୁଣ୍ଡମଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।