ନୂଆଦିଲ୍ଲୀ,କେନ୍ଦ୍ର କ୍ୟାବିନେଟ “ଭାରତରେ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକର ଅପ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨” କୁ ଅନୁମୋଦନ ଦେଇଛି । ଏହି ସୁସଙ୍ଗଠିତ ନିର୍ଦ୍ଦେଶାବଳୀ ଟିଭି ଚ୍ୟାନେଲ୍ ଗୁଡ଼ିକର ଅପ୍ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ, ଟେଲିପୋର୍ଟ / ଟେଲିପୋର୍ଟ କେନ୍ଦ୍ର ଗୁଡିକର ପ୍ରତିଷ୍ଠା, ଡିଜିଟାଲ ସାଟେଲାଇଟ୍ ନ୍ୟୁଜ୍ ଗ୍ୟାଦରିଂ (ଡିଏସ୍ଏନ୍ଜି) / ସାଟେଲାଇଟ୍ ନ୍ୟୁଜ୍ ଗ୍ୟାଦରିଂ (ଏସ୍ଏନ୍ଜି) , ଇଲେକ୍ଟ୍ରୋନିକ୍ ନ୍ୟୁଜ୍ ଗ୍ୟାଦରିଂ ସିଷ୍ଟମ୍ (ଇଏନ୍ଜି) , ଇଣ୍ଡିଆନ୍ ନ୍ୟୁଜ୍ ଏଜେନ୍ସି ଦ୍ୱାରା ଅପ ଲିଙ୍କିଂ ଏବଂ ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମର ଅସ୍ଥାୟୀ ଅପ୍ ଲିଙ୍କିଂ ନିମନ୍ତେ ଭାରତରେ ପଞ୍ଜୀକୃତ କମ୍ପାନୀ / ଏଲ୍ଏଲ୍ପି ଗୁଡ଼ିକୁ ଅନୁମତି ପ୍ରଦାନକୁ ସହଜ କରିବ ।