ଭୁବନେଶ୍ୱର, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମାଣ୍ଡିଆର ପ୍ରସାର ପାଇଁ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ଶରୀରର ପୁଷ୍ଟିସାଧନ ପାଇଁ ମାଣ୍ଡିଆ ଏକ ଉତ୍ତମ ଖାଦ୍ୟ ।ଏହାର ପୁଷ୍ଟିକର ଉପାଦେୟ ଆମକୁ ସୁସ୍ଥ ରଖିଥାଏ । ଓଡ଼ିଶାର ଏହି ପୁଷ୍ଟି ଶସ୍ୟର ପ୍ରସାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ।
ମାଣ୍ଡିଆଦିବସ ରେ ଏହାକୁ ନିଜ ଖାଦ୍ୟରେ ସାମିଲ କରି ସୁସ୍ଥ ଜୀବନ ଗଠନ ଦିଗରେ ଆଗକୁ ବଢ଼ିବା ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆହ୍ୱାନ ଦେଇଛନ୍ତି ।