
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୯ ଗୋଟି ବ୍ରୋଡ ସ୍ପେଶାଲିଟି ବିଭାଗରେ ୧୩୦ ଜଣ ଓଡିଶା ମେଡିକାଲ ଶିକ୍ଷା ସେବା ସଂବର୍ଗର ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ଅନୁମୋଦନ ଓଡିଶା ଲୋକ ସେବା ଆୟୋଗଙ୍କ ସୁପାରିଶ କ୍ରମେ ହୋଇଅଛି ।
ଏଥି ପୂର୍ବରୁ ଚଳିତ ବର୍ଷ ସେପ୍େଟମ୍ବର ଓ ଅକ୍ଟୋବର ମାସରେ ସାତ ଗୋଟି ବ୍ରୋଡ ସ୍ପେସିଆଲିଟି ବିଭାଗରେ ୬୫ ଜଣ ଓଡିଶା ମେଡିକାଲ ଶିକ୍ଷା ସେବା ସଂବର୍ଗର ସହକାରୀ ପ୍ରାଧ୍ୟାପକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ନିଯୁକ୍ତି ଦିଆଯାଇଥିଲା ।
ଏହା ଫଳରେ ବର୍ଷ ୨୦୨୨ରେ ମୋଟ ୧୬ ଗୋଟି ବିଭାଗର ୧୯୫ ଜଣ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଲେ । ଏହି ବିଭାଗ ଗୁଡିକ ହେଲା ଭେଷଜ, ଶାରୀରିକ ଭେଷଜ ଓ ଥଇଥାନ, ଶରୀର ଗଠନ, ଯକ୍ଷ୍ମା ଓ ଛାତି ରୋଗ, ଚକ୍ଷୁ ରୋଗ. ଶରୀର ତତ୍ୱ,, ରକ୍ତ ସଂଚାଳନ ଭେଷଜ, ଶଲ୍ୟ ଚିକିତ୍ସା. ଶିଶୁରୋଗ, ଗୋଷ୍ଠି ଭେଷଜ. ପ୍ରସୁତି ଓ ସ୍ତ୍ରୀ ରୋଗ, ନିଦାନ, ଚର୍ମ ଓ ଯୌନ ରୋଗ, ନିଶ୍ଚେତକ, ଅଣୁଜୀବ ବିଜ୍ଞାନ ଏବଂ ନୀତି ତାତ୍ୱିକ ଭେଷଜ ଓ ବିଶ୍ୱବିଜ୍ଞାନ । ଏହା ଦ୍ୱାରା ରାଜ୍ୟର ମେଡିକାଲ କଲେଜରେ ଶିକ୍ଷା ଦାନରେ ଉନ୍ନତି ଆଣିବା ସହ ଜନ ସାଧାରଣଙ୍କୁ ଉଚ୍ଚ କୋଟିର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିବ ।