ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନିରୋଗୀ ଓ ହିତକର ଖାଦ୍ୟ ମାଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ୨୦୨୩ ବର୍ଷକୁ ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ ଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମନ କି ବାତ କାର୍ଯ୍ୟକ୍ରମରେ ମାଣ୍ଡିଆକୁ ଏକ ଜନଆନ୍ଦୋଳନର ରୂପ ଦେବା ପାଇଁ ଆହ୍ୱାନ କରିଥିଲେ । ଆସନ୍ତୁ, ଏହି ନିରୋଗୀ ଓ ହିତକର ଖାଦ୍ୟକୁ ପ୍ରୋତ୍ସାହିତ କରିବା ।
ସେ ଆହୁରି କହିଛନ୍ତି ଯେ – ଆଜି ହେଉଛି ମାର୍ଗଶିର ମାସର ପ୍ରଥମ ଗୁରୁବାର । ଏହି ପବିତ୍ର ଦିନରେ ଆପଣ ସମସ୍ତଙ୍କୁ ‘ମାଣ୍ଡିଆ ଦିବସ’ର ଶୁଭେଚ୍ଛା । କୁପୋଷଣ ବିରୋଧୀ ଲଢେଇରେ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ‘ମାଣ୍ଡିଆ’ ଆମ ପାଇଁ ବେଶ୍ ଲାଭଦାୟକ ।