-
ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା,
ବିଭିନ୍ନ ଗଣମାଧ୍ୟମରେ ଜଣେ ହେତୁବାଦୀ ବ୍ୟକ୍ତି ଯେ’ କି ମହାପ୍ରଭୁଙ୍କ ମହାପ୍ରସାଦ ସହ ଚିକେନ ଭାତ ଭୋଗ ଲଗାଇବା ପାଇଁ ମନ୍ତବ୍ୟ ଦେଇଛି |ଅନ୍ୟ ଜଣେ ବ୍ୟକ୍ତି ଆମପୋଇ ପ୍ରତିଷ୍ଠାତା ଯାହାଙ୍କ ନାମ ବି. ରାମଚନ୍ଦ୍ର ଭଲଟ୍ୟାୟର ଗଣମାଧ୍ୟମରେ କହିଛନ୍ତି ପ୍ରଭୁ ଶ୍ରୀରାମଙ୍କ ଭାଇ ଲଷ୍ମଣ ଜଣେ ଏଡିୟଟ ଅଟନ୍ତି ଓ ମହାପ୍ରଭୁ ଜଗନ୍ନାଥ ଜଗତର ନାଥ ନୁହନ୍ତି |ତେଣୁ ଉଭୟ ଦୁଇ ବ୍ୟକ୍ତି ଙ୍କ ବିବାଦୀୟ ମନ୍ତବ୍ୟ ଦେବା ଦ୍ୱାରା ଅଗଣିତ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିବା ସହ ମହାପ୍ରସାଦ ସହ ଚିକେନ ଭାତ ଭୋଗ ଲଗେଇବା ଭଳି ବିବାଦୀୟ ମନ୍ତବ୍ୟ ଦେବା ଫଳରେ ମହାପ୍ରସାଦକୁ ଅସଂମ୍ମାନ ହୋଇଛି ବୋଲି ମଞ୍ଚ ଅଭିଯୋଗ କରିଛି |
ତେଣୁ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ସହ ଅପସଂସ୍କୃତିର ପ୍ରଚାର ପ୍ରସାର ଉଦେଶରେ ଏବଂ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଏଭଳି ମନ୍ତବ୍ୟମାନ ଯାହାକି ସନାତନ ଧର୍ମର ବିଧି ବ୍ୟବସ୍ଥାକୁ ଅପମାନିତ କରିବା ସହ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଛି |ମଞ୍ଚ କହିଛି ଏଭଳି ମନ୍ତବ୍ୟ ଦ୍ୱାର ସମାଜରେ ଦଙ୍ଗା ସୃଷ୍ଟି ହେବାର ଅନୁମେୟ କରାଯାଏ |ଯାହାକି ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରରେ କଦାପି ଗହଣୀୟ ନୁହେଁ |ତେଣୁ ସେଇ ଦୁଇ(ହେତୁବାଦୀ) ବ୍ୟକ୍ତିଙ୍କ ବିରୋଧରେ ଜାତୀୟ ଏୟୀତିହ ସୁରକ୍ଷା ଆଇନ ଓ ଭାରତୀୟ ଦଣ୍ଡ ବିଧି ଆଇନର ଦଫା 295,295(A),296 ଅନୁସାରେ ଗିରଫ କରିବା ପାଇଁ ମଞ୍ଚ ଦାବୀ କରିଛି |
ଉକ୍ତ ଏତଲା ପ୍ରଦାନ ସମୟରେ ମଞ୍ଚର ଆବାହକ ଅନିଲ୍ କୁମାର ସାହୁ, ସୁରେଶ ମହାପାତ୍ର, ଦେବାଶିଷ ଦାସ, ସୁଭାଶିଷ ମହାନ୍ତି, ଚିନ୍ମୟ ଦାସ, ଶକ୍ତିଧର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ |