
ନୟାହାଟସ୍ଥିତ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ଚଳିତ ମାସ ୪ ତାରିଖରୁ ଶରତ ରାହାସ ଆରମ୍ଭ ହୋଇ ପୂର୍ଣ୍ଣମୀ ଦିନ ଉଦ୍ଯାପିତ ହୋଇଯାଇଛି । ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ତ୍ଵାବଧାନରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଗୁରୁଦେବଙ୍କ ଆସନ ମନ୍ଦିର, ବୃନ୍ଦାବତୀ ମା’,ଶ୍ୟାମାକାଳୀ ଓ ଦକ୍ଷିଣକାଳୀ, ରାଧାକୃଷ୍ଣ ପାଦପଦ୍ମ, ହନୁମାନଜୀ, ଶ୍ରୀକୃଷ୍ଣ ନାଟ ମନ୍ଦିର, ଷୋଡୁଚନ୍ଦ୍ରମା, କଳ୍କୀରାମ, ଗିରି ଗୋବର୍ଦ୍ଧନ ପୀଠ, ରାଧାରାଣୀ,ମହାମାନବ ମନ୍ଦିର, ଦୁର୍ଗାମାଧବ ମନ୍ଦିର, ଅଁଳା ବୃକ୍ଷ ଓସ୍ତ ବୃକ୍ଷ,ଚନ୍ଦ୍ରଦେବତାମାନଙ୍କୁ ଆଶ୍ରମର ସେବିକା ସୁଶ୍ରୀ ଶକୁନ୍ତଳା ଦାଶ, ସବିତା ଦାସ,ଅନୁସୂୟା ମା’, ବାସନ୍ତୀ ମା’, ଶୁକ ମା’, ସବିତା ମା’ ମନି ମା’, ଶାନ୍ତି ମା’,ଅନୁ ମା’, ରଂଜୁକ୍ତା ବାରିକଙ୍କ ସମେତ ଶ୍ରଦ୍ଧାଳୁମାନେ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଲିଖିତ ଆବାହନ ଭଜନଗୁଡିକ ସମସ୍ତ ମନ୍ଦିର ଉଦ୍ଦେଶ୍ୟରେ ବୋଲି ବନ୍ଦାପନା କରିଥିଲେ । ଏହାପରେ ଉପରୋକ୍ତ ଦେବଦବୀଙ୍କୁ ସ୍ବତନ୍ତ୍ର ରାହାସ ମଣ୍ଡପକୁ ନିମନ୍ତ୍ରଣ କରାଯାଇଥିଲା । ସନ୍ଧ୍ୟା ଆଳତୀ ପରେ ପ୍ରଭୁଙ୍କୁ ପ୍ରଥମେ କଦମ୍ବ ଗଛ ପରିକ୍ରମା କରାଯାଇଥିଲା । ସେହିପରି ଗୁରୁଦେବଙ୍କ ବିଗ୍ରହ ଓ ପାଦୁକାକୁ ମଣ୍ଡପରେ ବିଜେ କରାଯିବା ପରେ ଷୋଡଶ ଉପଚାରରେ ପୂଜା କରାଯାଇଥିଲା ।
ପଂଚୁକରେ ମାଆମାନଙ୍କ ବୃନ୍ଦାବତୀ ପୂଜା ସହିତ କଉଡି ଖେଳ ଓ ଭକ୍ତମାନଙ୍କୁ ଦହି ବିକ୍ରି ପ୍ରଥା ଏଠାରେ ଦେଖିବାକୁ ମିଳିଥାଏ, କାର୍ତ୍ତିକ ମାସରେ ଦହି, ଖଇ ଭୋଗ ପ୍ରତ୍ୟେକ ଦିନ ଭୋଗ ଲାଗି ହୁଏ ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।