ମାଲକାନଗିରି,ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ଆଜି ସ୍ବଚ୍ଛତା କାର୍ଯ୍ୟକ୍ରମର ତଦାରଖ କରିବା ସହ ସଫେଇ କର୍ମଚାରୀଙ୍କ ସହ ମିଶି ନିଜେ ଝାଡୁ ଧରି ସଫେଇ କାର୍ଯ୍ୟ କରିଛନ୍ତି ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକ । ଜିଲ୍ଲା ସଦର ମହକୁମାର ସଫେଇ କାର୍ଯ୍ୟକୁ ତଦାରଖ କରିବାକୁ ଶ୍ରୀ ବାରିକ ବିଭିନ୍ନ ୱାର୍ଡ ବୁଲିଥିବା ବେଳେ ସଫେଇ କର୍ମଚାରୀଙ୍କୁ ନିଜର କାର୍ଯ୍ୟକୁ ସୁଚାରୁ ରୁପେ ତୁଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ୱାର୍ଡରେ ସଫେଇ ନିତିଦିନ ହେଉଛି କି ନାହିଁ ତାହାର ତଦାରଖ କରିବା ସହ କର୍ମଚାରୀଙ୍କୁ ଉତ୍ସାହିତ କରିବା ଏବଂ ସବୁ ସ୍ଥାନର ସ୍ବଚ୍ଛତା କାର୍ଯ୍ୟକୁ ସୁଚାରୁ ରୂପେ ହେଉଛି କି ନାହିଁ ତାହାର ତଦାରଖ କରିଥିଲେ । ଏହାପରେ ବିଭିନ୍ନ ୱାର୍ଡକୁ ସ୍ବଚ୍ଛତା ଗାଡିରେ ନିଜେ ଗାଡି ଚଳାଇ ଯାଇ ଲୋକଙ୍କୁ ସ୍ବଚ୍ଛତା ପାଇଁ ବାର୍ତା ଦେଇଥିଲେ।
Related Stories
November 24, 2024
November 24, 2024