
ବଲାଙ୍ଗିର, ଗତକାଲି କଟକ ଠାରେ ମାରୱାଡି ସମ୍ମେଳନ ସଭାପତି ମନୋଜ ଜୈନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗିର ସମାଜସେବୀ ଗୌରୀ ଶଙ୍କର ଅଗ୍ରୱାଲଙ୍କୁ ସାରାଜୀବନ ସାମାଜିକ କାର୍ୟ କରିଥିବା ଯୋଗୁଁ ସୁନା ମେଡାଲ ପ୍ରଦାନ କରିବା ସହିତ ସମ୍ମାନିତ କରାଯାଇଛି।
ଗତକାଲି ତେରାପନ୍ଥ ଭବନ କଟକ ଠାରେ ଜୈନ ମୁନିଙ୍କ ଚତୁର୍ମାସ୍ୟା ୨୦୨୨ ପ୍ରବାଶ କାଳରେ ଜୈନ ମୁନିଶ୍ରୀ ଜିନେଶ କୁମାରଜୀଙ୍କ ସାନିଧ୍ୟରେ, କଟକ ଜୈନ ସମାଜ ସଭାପତି ମୋହନ ଲାଲ ଶିଙ୍ଘି, କଟକ ମାରୱାଡି ସମ୍ମେଳନ ସଭାପତି ଦିନେଶ ଯୋଶୀ ପ୍ରମୁଖ ସମ୍ମାନିତ କରିଥିଲେ। ଏଠାରେ କଟକ ଜୈନ ସାମାଜ ପକ୍ଷରୁ ମାରୱାଡି ସମ୍ମେଳନ ରାଜ୍ଯ ସଭାପତି ମନୋଜ ଜୈନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।