
ମାଲକାନଗର : ମାଲକାନଗର ଜିଲ୍ଲାରେ ଜୋରଦାର ଚାଲିଛ ବାରହା ଶିକା ବାରହାଙ୍କୁ ମାରିବା ପାଇଁ ପଡିଆ ବ୍ଲକର ବାପାନପଲ୍ଲୀ ଅଂଚଳରେ ଚାଲିଛି ଅବୈଧ ବାରହା ଶିକାର । ତେବେ ଏନେଇ ବନ ବିଭାଗ ନିକଟରେ କୌଣସି ଖବର ନାହିଁ । ବିଦ୍ୟୁତ ତାର ବିଛାଇ ବାରହା ଶିକାର କରାଯାଉଛି । ବିଶେଷକରି ଜିଲ୍ଲାର ପଡିଆ ବ୍ଲକର ବାପନପାଲ୍ଲୀ ପଞ୍ଚାୟତର ରାଡନପାଲୀ , ସିଲାକୋଟା ଅଂଚଳରେ ଅବୈଧ ବାରହା ଶିକାର କରାଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗତକାଲି ରାତିରେ ଦୁଇଟି ବାରହାକୁ ଗ୍ରାମବାସୀ ବିଦ୍ୟୁତ ତାର ଖଞ୍ଜି ମାରିଥିବା ଜଣାପଡିଛି । ତେବେ ଏଥିରେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କର ମଧ୍ୟ ହାତ ରହିଥିବା ଜଣାପଡିଛି । ୧୧ କେଭି ବିଦ୍ୟୁତ ତାର ଖଞ୍ଜି ଦୁବୃର୍ତ୍ତମାନେ ଏହି ବାହା ଶିକାର କରିଥିଲେ । ଏଥିରେ ବିଦ୍ୟୁତ ବିଭାଗର ଲୋକେ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ବାରହା ମାଂସର ଭାଗ ମିଳିଥାଏ ବୋଲି କୁହାଯାଇଛି । ଏହାର ବିହିତ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି!