
ନୂଆଦିଲ୍ଲୀ,କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବୈଦ୍ୟୁତିକ ଯାନ(ଇଭି)ର ଚାର୍ଜିଂ ଭିତ୍ତିଭୂମି ସଂକ୍ରାନ୍ତ ନୀତିର ସଂଶୋଧନ କରାଯାଇଛି । ଏଥି ସହିତ ଏ କ୍ଷେତ୍ରରେ ଏକୀକୃତ ସଂଶୋଧିତ ନିର୍ଦ୍ଦେଶାବଳୀ ଓ ମାନକ ଜାରି କରାଯାଇଛି । ଏହା ଫଳରେ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ଜାନୁୟାରୀ ୧୪ତାରିଖରେ ଏ ସମ୍ପର୍କରେ ଯେଉଁ ନୀତି ପ୍ରଣୀତ ହୋଇଥିଲା ତାହା ବଦଳିଛି ।
ସଂଶୋଧିତ ନୂଆ ବ୍ୟବସ୍ଥାରେ ଆଉ କେତେକ ବିଷୟକୁ ଯୋଡା ଯାଇଛି । ସେଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି ।
(A) ଶୀର୍ଷକ ବା ଅଧୀନରେ ଥିବା ସର୍ବସାଧାରଣ ଚାର୍ଜିଂ ଭିତ୍ତିଭୂମି (ପିସିଆଇ)ର ଆବଶ୍ୟକତାରେ ପାରା ୩.୧ (XI)ରେ ନିମ୍ନ ବିଷୟ ଯୋଡାଯାଇଛି ।
XI ସର୍ବସାଧାରଣ ଚାର୍ଜିଂ ଷ୍ଟେସନରେ ସର୍ଭିସ ଚାର୍ଜ ସଂଗ୍ରହ ବ୍ୟବସ୍ଥା ରହିବ । ଏଥିରେ ଦିନର ନିର୍ଦ୍ଦିଷ୍ଟ ସମୟର ରେଟ୍ ଓ ସୌର ଆୱାର ବା ସୋଲାର ଆୱାର ପାଇଁ ଡିସକାଉଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।
B) ଶୀର୍ଷକ ୮ରେ “ପିସିଏସ୍ରେ ସର୍ଭିସ ଚାର୍ଜିଂ”, ପାରା ୮.୩ରେ ନିମ୍ନଲିଖିତ ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି ।
୮.୩-କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ) ଅଧୀନରେ ଏକ କମିଟି ସମୟାନ୍ତରରେ ରାଜ୍ୟମାନଙ୍କୁ ପାରା ୮.୨ ଅନୁସାରେ ସର୍ଭିସ ଚାର୍ଜ ଆଦାୟ କରିବାକୁ ସର୍ବୋଚ୍ଚ ସୀମା ସିଲିଂ ଧାର୍ଯ୍ୟ କରିବାକୁ ସୁପାରିସ୍ କରିବ ।
ଏହି କମିଟି ମଧ୍ୟ ଦିନର ସମୟ (ଟାଇମ୍ ଅଫ ଦି ଡେ) ରେଟ ସର୍ଭିସ ଚାର୍ଜର୍ ପାଇଁ କେତେ ହେବ ତାହା ସୁପାରିସ୍ କରିବ । ଆହୁରି ମଧ୍ୟ ସୋଲାର ଆୱାର ଡିସକାଉଣ୍ଟ ରେଟ୍ କେତେ ରହିବ ତାହା ମଧ୍ୟ କମିଟିର ସୁପାରିସ୍ ଆଧାରରେ ନିର୍ଦ୍ଧାରିତ ହେବ ।