ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ସୋମବାର ଦିନ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଗୋଆର ପାଣାଜି ସ୍ଥିତ ମହୋତ୍ସବ ଆୟୋଜନ ସ୍ଥଳ ପରିଦର୍ଶନ କରିଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ସ୍ଥାନରେ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ । ଏସବୁ ସ୍ଥାନକୁ ଯଥାଶୀଘ୍ର ସମ୍ଭବ ପ୍ରସ୍ତୁତ କରିବା ଲାଗି ସେ ପରାମର୍ଶ ଦେଇଥିଲେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ମହାନିର୍ଦ୍ଦେଶକ ମନିଦୀପା ମୁଖାର୍ଜୀ, ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି)ର ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର ଭାକର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ (ଚଳଚ୍ଚିତ୍ର) ପୃଥୁଲ କୁମାର, ଗୋଆ ପୁଲିସ ଆଇଜି ଓମବୀର ସିଂ ବିଷ୍ଣୋଇ, ଗୋଆ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସୁଭାଷ ଚନ୍ଦ୍ର, ଗୋଆ ମନୋରଞ୍ଜନ ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ବେତିକା ସାଚାନ ଏବଂ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।