ନୂଆଦିଲ୍ଲୀ, କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଜାତିସଂଘ ମହାସଚିବ ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ଆଗୁଆ ସତର୍କତା ସମ୍ପର୍କୀତ କାର୍ଯ୍ୟକାରୀ ଯୋଜନା ନେଇ ଆଜି (୭.୧୧.୨୦୨୨) କୋପ-୨୭ ସର୍ମ ଆଲ ଶେଖ୍ଠାରେ ବିଶ୍ୱ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଯାଦବ କହିଛନ୍ତି ଯେ “ସମସ୍ତଙ୍କ ନିମନ୍ତେ ଆଗୁଆ ସତର୍କତା ନେଇ ମହାସଚିବଙ୍କ କାର୍ଯ୍ୟସୂଚୀକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ଦୂର କରିବା ଦିଗରେ ବୈଶ୍ୱିକ ସ୍ତରରେ ହେଉଥିବା ପଦକ୍ଷେପ ଯଥେଷ୍ଟ ନୁହଁ । ବିଶ୍ୱରେ ପ୍ରଭୂତ କ୍ଷତି ସାଧନ କରୁଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ତତ୍କାଳ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।
ମାତ୍ର ଏସବୁ ସମସ୍ୟା କିଛି ସମୟ ପାଇଁ ଆମ ମନକୁ ଆନ୍ଦୋଳିତ କରୁଛି ଓ ଏଥିରେ କ୍ଷତିଗ୍ରସ୍ତ ଦେଶଗୁଡିକୁ ଅଳ୍ପ କିଛି ପଦକ୍ଷେପ ନେବା ପରେ ଏହାକୁ ଭୁଲି ଯାଉଛନ୍ତି । ସେମାନେ ଜଳବାୟୁ ପରିବର୍ତ୍ତନ ନେଇ ବହୁତ କିଛି କରିପାରିବେ ।
କର୍କଟ ଓ ମକରକ୍ରାନ୍ତି ରେଖା ମଧ୍ୟରେ ରହିଥିବା ଅଞ୍ଚଳଗୁଡିକ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଭାରତ ସମେତ ବିଶ୍ୱର ଅନେକ ବିକାଶମୁଖୀ ଦେଶ ଏହି ବଳୟ ମଧ୍ୟରେ ରହିଛନ୍ତି । ଏଭଳି ବିପର୍ଯ୍ୟୟ ଯୋଗୁଁ ସହକାରୀ ତହବିଲ ଖର୍ଚ୍ଚ ସହ ରାଜସ୍ୱହାନୀ ମଧ୍ୟ ଏହିସବୁ ଅଞ୍ଚଳରେ ବିଶେଷ ପରିଲକ୍ଷିତ ହେଉଛି ।
ପ୍ରଶାନ୍ତ ମହାସାଗରୀୟ ଓ କାରବିୟାନ ଅଞ୍ଚଳରେ ଏହି ଭୟଙ୍କର ଝଡରେ ତାଣ୍ଡବ ଲୀଳା ଯୋଗୁଁ କେତେକ ଉଷ୍ମ ମଣ୍ଡଳୀୟ ଦେଶ ସେମାନଙ୍କ ଜାତୀୟ ଆୟର ଶତକଡା ଦୁଇଶହ ଭାଗ ଅଳ୍ପ କେତେକ ଘଣ୍ଟା ମଧ୍ୟରେ ହରାଇ ସାରିଛନ୍ତି । କେତେକ ଛୋଟ ଛୋଟ ଦେଶରେ ଘଟିଥିବା ଏହି ବିପର୍ଯ୍ୟୟର ପ୍ରଳୟଙ୍କରୀ ପ୍ରଭାବର ମୁକାବିଲା କରିବାରେ ସେମାନଙ୍କ ନିକଟରେ ସମ୍ବଳ ନ ଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି ।
ଜଳବାୟୁ ପରିଚାଳନା ବାବଦ ସମ୍ବଳ ଖୁବ୍ କମ୍ ଥିବାବେଳେ ଆଗୁଆ ସତର୍କତା ସୂଚନା ଧନଜୀବନ ହାନି ରୋକିବାରେ ବେଶ ସହାୟକ ହେବ । ଆଗୁଆ ସତର୍କତା ନେଇ ସଚେତନତା କେବଳ ବିପର୍ଯ୍ୟୟ ରୋକିବ ନାହିଁ ବରଂ ଏହାର ଦୀର୍ଘସ୍ଥାୟୀ ସାମାଜିକ ଓ ଆର୍ଥିକ ପ୍ରଭାବକୁ ମଧ୍ୟ ପ୍ରଶମିତ କରିପାରିବ ।
ଭାରତ ସମସ୍ତ ପାଣିପାଗ ଜନିତ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଗୁଆ ସତର୍କତା ସଚେତନତା ପଦ୍ଧତିକୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିଆସୁଛି । ଏଥିରେ ବାସ୍ତବ ଫଳାଫଳ ହାସଲ ହୋଇଛି । ଗତ ୧୫ବର୍ଷ ମଧ୍ୟରେ ଆମେ ବାତ୍ୟାଜନିତ ମୁତ୍ୟୁ ସଂଖ୍ୟା ଶତକଡା ୯୦ଭାଗ ହ୍ରାସ କରିବାରେ ସମର୍ଥ ହୋଇଛୁ । ଆମର ଉଭୟ ପୂର୍ବ ଓ ପଶ୍ଚିବ ଉପକୂଳରେ ପ୍ରାୟ ଶତ ପ୍ରତିଶତ ପ୍ରାକ-ଝଡ ସତର୍କତା ବ୍ୟବସ୍ଥା ରହିଛି । ସେହିପରି ଅନ୍ୟାନ୍ୟ ଘାତ ପ୍ରତିଘାତ ଯେପରିକି ଉଷ୍ମ ପ୍ରବାହ ନେଇ ଆମେ ଅନେକ ଅଗ୍ରଗତି କରିଛୁ, ଯାହା ଫଳରେ ଏହା ଆମର ଜନସାଧାରଣଙ୍କୁ ଅନେକାଂଶରେ ଆଶ୍ୱସ୍ତ କରିଛି ।
ଗତ କିଛି ବର୍ଷ ମଧ୍ୟରେ ଆମେ ଆଗୁଆ ସତର୍କ ସୂଚନା ନେଇ କେତେକ ସମନ୍ୱିତ ଉଦ୍ୟମ କରିବା ଯୋଗୁଁ ତାହା ଜନସାଧାରଣଙ୍କୁ ସଚେତନ କରାଇବା ସହ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ମଧ୍ୟ ସକ୍ଷମ ହେଉଛନ୍ତି। ଆମେ ବିପର୍ଯ୍ୟୟ ଓ ବିପର୍ଯ୍ୟୟ ପ୍ରବଣ ସ୍ଥାନ ଓ ସୂଚନାର ସମନ୍ୱୟ କରି ଏକ ୱେବ ଡିସିଆରଏ(ଡାଇନାମିକ କମ୍ପୋଜିଟ୍ ରିସ୍କ ଆଟଲାସ) ବିକଶିତ କରିଛୁ, ଯାହାଫଳରେ ଆଗୁଆ ସୂଚନା ନେଇ ଦ୍ରୁତ ଓ ଆଗୁଆ ପଦକ୍ଷେପ ନେଇ ହେବ ।
ନୂଆଦିଲ୍ଳୀଠାରେ ଥିବା ଆଇଏମଡିର ଝଡ ସତର୍କତା ଏକାଂଶ(ସିଡବ୍ଳଡି) ଏକ ବହୁମୁଖୀ ଆଞ୍ଚଳିକ ବିଶେଷ ପାଣିପାଗ କେନ୍ଦ୍ରର କାର୍ଯ୍ୟ କରିଥାଏ । ଏହା ଉତ୍ତର ଭାରତ ମହାସାଗର(ବିଶ୍ୱର ଛଅଟି କେନ୍ଦ୍ର ମଧ୍ୟରୁ ଅନ୍ୟତମ, ବଙ୍ଗୋପସାଗର ଓ ଆରବ ସାଗର ଅଞ୍ଚଳର ୧୩ଟି ଦେଶରେ ଉଷ୍କ ମଣ୍ଡଳୀୟ ବାତ୍ୟାର ନିରୀକ୍ଷଣ, ପୂର୍ବାନୁମାନ ଓ ସତର୍କ ସୂଚନା ଜାରି କାର୍ଯ୍ୟ ତୁଲାଇଥାଏ । ଏପରି ସମନ୍ୱୟ ଯୋଗୁଁ ବଙ୍ଗୋପସାଗର ଓ ଆରବ ସାଗରୀୟ ଅଞ୍ଚଳର ଦେଶଗୁଡିକର ପାଣିପାଗ, ପୂର୍ବାନୁମାନ ଓ ଉନ୍ନତ ନିରୀକ୍ଷଣ ଯନ୍ତ୍ର ଜନିତ ତଥ୍ୟ ଆଇଏମଡିରେ ଉପଲବ୍ଧ ହୋଇଥାଏ ।
ଏତଦ୍ବ୍ୟତୀତ ଉପଗ୍ରହ ଓ ରାଡରରୁ ଉପଲବ୍ଧ ପାଣିପାଗ ତଥ୍ୟ ଓ ଆଇଏମଡିର ଅତ୍ୟାଧୁନିକ ମାର୍ଗଦର୍ଶନ ଓ ଏଥିସହ ଉଷ୍ମମଣ୍ଡଳୀୟ ବାତ୍ୟା ସତର୍କତା ବୁଲେଟିନ୍ ଦେଶଗୁଡିକୁ ସେମାନଙ୍କ କ୍ଷୟକ୍ଷତି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଉଦାହରଣ ସ୍ୱରୂପ ଜୀବନହାନୀ ଯଥା ସମ୍ଭବ ଗତ ୧୦ବର୍ଷ ମଧ୍ୟରେ ଉଷ୍ମମଣ୍ଡଳୀୟ ବାତ୍ୟା ଯୋଗୁଁ ଶହେରେ ସୀମିତ ରହିଛି । ଏହା କେବଳ ଭାରତ ନୁହେଁ , ବଙ୍ଗୋପସାରଗର ଓ ଆରବ ସାଗର ଅଞ୍ଚଳରେ ଥିବା ସମସ୍ତ ଦେଶଗୁଡିକ, ଯେଉଁଠାକୁ ଆଇଏମଡି ବାତ୍ୟାର ପୂର୍ବାନୁମାନ ଓ ମାର୍ଗଦର୍ଶନଦେଇଥାଏ ।
ଆମେ ଏବେ ଆଗୁଆ ସତର୍କତା ସୂଚନା ପଦ୍ଧତିରେ ସାମର୍ଥ୍ୟ ଆହୁରୀ ବୃଦ୍ଧି କରିବୁ । ଏହା କେବଳ ଜୀବନହାନୀ ରୋକିବ ନାହିଁ, ବରଂ ଜୀବନ ଜୀବିକା ଓ ଜାତୀୟ ବିକାଶରେ ମଧ୍ୟ ସହାୟକ ହେବ । ଭାରତ ବର୍ତ୍ତମାନ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି (ସିଡିଆରଆଇ) ସମନ୍ୱୟ ନେତୃତ୍ୱ ନେଇ ପାଣିପାଗ ପୂର୍ବାନୁମାନ ଓ ଆଗୁଆ ସୂଚନା ଦିଗରେ କାର୍ଯ୍ୟ କରୁଛି, ଯାହା ଫଳରେ ଭିତ୍ତିଭୂମିଜନିତ କ୍ଷୟକ୍ଷତି ହ୍ରାସ ପାଇବା ସହ ମୌଳିକ ସେବା ପଦ୍ଧତି ମଧ୍ୟ ବିଧ୍ୱଂସ୍ତ ହେବାରୁ ରକ୍ଷା ପାଇବ ।
ଭାରତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସ୍ଗୋ କୋପ-୨୬ ଠାରେ ଆରମ୍ଭ ହୋଇଥିବା ଆଇଆରଆଇଏସ୍ (ନମନୀୟ ଦ୍ୱୀପାଞ୍ଚଳ ରାଜ୍ୟ) ମାନବ କଲ୍ୟାଣ ଦିଗରେ ଆଇଆରଆଇଏସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଯାହା କହିଥିଲେ, ତାକୁ ମୁଁ ଉଦ୍ଧାର କରୁଛି ।
“ଆଇଆରଆଇଏସ୍ ମୋର ବିଶ୍ୱାସ ଓ ଆଶା ଯେ ଏହା ବିପର୍ଯ୍ୟୟ ପ୍ରବଣ ଦେଶମାନଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରୁଛି । ମୁଁ ସିଡିଆରଆଇକୁ ଏଥିପାଇଁ ଅଭିନନ୍ଦନ ଜଣାଉଛି । ଆଇଆରଆଇଏସ ଓ ସିଡିଆରଆଇ କେବଳ ଭିତ୍ତିଭୂମି ନୁହେଁ, ଏହା ମାନବ କଲ୍ୟାଣର ଦାୟିତ୍ୱ ବହନ କରେ । ମାନବ ଜାତି ପାଇଁ ଏହା ଆମ ସମସ୍ତଙ୍କର ଦାୟିତ୍ୱ ।
“ମୁଁ ଆଇଆରଆଇଏସ୍ ଆରମ୍ଭକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି । ଆଇଆରଆଇଏ ମାଧ୍ୟମରେ ଏସଆଇଡିଏସ୍ ନିମନ୍ତେ ବୈଷୟିକଜ୍ଞାନ, ଅର୍ଥ ଓ ଆବଶ୍ୟକ ତଥ୍ୟ ଶୀଘ୍ର ଜୁଟାଇବାରେ ସହଜ ହେବ । ଛୋଟ ଦ୍ୱୀପାଞ୍ଚଳ ରାଷ୍ଟ୍ରଗୁଡିକରେ ଗୁଣାତ୍ମକ ଭିତ୍ତିଭୂମି ଉଭୟ ଜୀବନ ଓ ଜୀବିକାର ସହାୟକ ହେବ ।”
ଭାରତ ସିଡିଆରଆଇ ସୃଷ୍ଟି କରିବା ସହ ଏହାକୁ ବିକଶିତ ମଧ୍ୟ କରୁଛି । ବିଭିନ୍ନ ଭାଗିଦାରୀ ପ୍ରତିଷ୍ଠାନ ଓ ବ୍ୟକ୍ତିଙ୍କୁ ନେଇ ଭିତ୍ତିଭୂମିରେ ନମନୀୟତା ଓ ନବୋନ୍ମେଷ ପ୍ରୟୋଗ ପାଇଁ ସମନ୍ୱିତ ଉଦ୍ୟମ କରୁଛି । ସେଥିରୁ ଗୋଟିଏ ପଦକ୍ଷେପ ହେଉଛି “ଡିଆରଆଇ କନେକ୍ଟ” ଯାହାକି ଭିତ୍ତିଭୂମି କ୍ଷେତ୍ରରେ ନିଯୁକ୍ତି ଅଂଶୀଦାରଙ୍କ ନିମନ୍ତେ ଏକ ୱେବଭିତ୍ତିକ ମଞ୍ଚ । ଏହି ମଞ୍ଚ ଦ୍ୱାରା ନୂତନ ଜ୍ଞାନ ଓ କାର୍ଯ୍ୟକାରୀ ସମାଧାନର ପନ୍ଥା ବାହାର କରାଯାଇ ପରିବେଶ ପାଇଁ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଏ ।
ନିକଟରେ ୩୧ଟି ଦେଶ ଓ ଆଠଟି ସଦସ୍ୟ ସଂଗଠନକୁ ଅନ୍ତର୍ଭୁକ୍ତ କରିବା ପାଇଁ ସିଡିଆରଆଇ ସଦସ୍ୟତାର ସମ୍ପ୍ରସାରଣ ହୋଇଛି । ଆଫ୍ରିକୀୟ ଅଞ୍ଚଳରେ ମଧ୍ୟ ଏହାର ଆଦର ବଢୁଛି । ଦକ୍ଷିଣ ସୁଦାମ ଓ ୟୁରୋପୀୟ ନିବେଶକ ବ୍ୟାଙ୍କ ମଧ୍ୟ ଏହାର ନୂତନ ସଦସ୍ୟ ହୋଇଛି । ସିଡିଆରଆଇର ରଣନୀତିକ ପଦକ୍ଷେପ, ସଂପ୍ରସାରିତ କାର୍ଯ୍ୟକ୍ରମ ଓ ସଦସ୍ୟତା ଏହାକୁ ଲକ୍ଷ୍ୟ ହାସଲ ଦିଗରେ ଅଧିକ ସମର୍ଥ କରୁଛି ।
“ଜଳବାୟୁ ସମ୍ବଳ ଏକ ମରୀଚିକା ଭଳି । ଆଗୁଆ ସତର୍କତା ସୂଚନା ଭଳି ପଦକ୍ଷେପ ଆମ ଅଞ୍ଚଳରେ ବିପର୍ଯ୍ୟୟ ହ୍ରାସ କରିବା ସହ ପ୍ରସ୍ତୁତି ସୁନିଶ୍ଚିତ କରିବ ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦୃଢ ଓ ସମୟୋଚିତ ପଦକ୍ଷେପ ହେବ।”