ଗଞ୍ଜାମ, ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ ନେଇ ଆଜି ବ୍ରହ୍ମପୁର ସହରରେ ହେତୁବାଦୀ ଓ ବିରୋଧୀଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିରୋଧୀ ମାନେ ଏହାକୁ ଭଣ୍ଡୁର କରିବା ପାଇଁ ହେତୁବାଦୀଙ୍କ ଉପରକୁ ଗୋବର ଫିଙ୍ଗିବା ସହ ଭୋଜନ ପ୍ରସ୍ତୁତ ହେଉଥିବା ଟେଂଟ ଭଙ୍ଗାରୁଜା କରିଥିଲେ । ଖବର ପାଇ ବଡବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ନିମନ୍ତେ ସେଠାରେ ଲାଠିଚାଳନା କରିଥିଲା । ଏହି ଘଟଣାକୁ ନେଇ ହେତୁବାଦୀମାନେ ବିଜେପି ଓ ବଜରଙ୍ଗ ଦଳକୁ ଦାୟୀ କରିଛନ୍ତି ଏବଂ ବଡବଜାର ଥାନାରେ ଏ ସଂକ୍ରାନ୍ତରେ ଏକ ଲିଖିତ ଅଭିଯୋଗ ଦାୟର୍ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
Related Stories
November 22, 2024