କେନ୍ଦ୍ରାପଡ଼ା – ପ୍ରତିବର୍ଷ ପରି ଚଳିତ ବର୍ଷ ରାଜ୍ୟସ୍ତରୀୟ ୬୬ତମ ସମବାୟ ସପ୍ତାହ ପାଳନ କରାଯାଇଥିଲା । ଗତକାଲି ଭୂବନେଶ୍ୱରର ଜୟଦେବ ଭବନ ଠାରେ ଅନୁଷ୍ଠିତ ସମବାୟ ସପ୍ତାହ ଉଦ୍ଯାପନୀ ଉତ୍ସବରେ ଆର୍ଥିକ ଅନୁଷ୍ଠାନ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମବାୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉକ୍ରର୍ଷତା ଅର୍ଜନ କରିଥିବା କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କକୁ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ଘୋଷଣା କରାଯାଇଥିବା ବେଳେ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ବ୍ୟାଙ୍କକୁ ପୁରସ୍କୃତ କରିଥିଲେ । କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଶୁଶିଲ୍ କୁମାର ସାମଲ ଓଏସ୍ଡ଼ି ଭଞ୍ଜକିଶୋର ଜେନା, ବରିଷ୍ଠ ଅଧିକାରୀ ଭଞ୍ଜ କିଶୋର ମହାନ୍ତି, କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ତରଫରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ବ୍ୟାଙ୍କର ଏହି ସଫଳତା ପାଇଁ ଅଂଶୀଦାର ମାନଙ୍କୁ କାର୍ଯ୍ୟନିର୍ବାହୀ ଶ୍ରୀ ସାମଲ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, ବ୍ୟାଙ୍କ ପରିଚାଳନା ପରିଷଦ ତଥା ଅଧିକାରୀମାନଙ୍କ ସୁପରିଚାଳନା ଏବଂ କାର୍ଯ୍ୟଦକ୍ଷତା ପାଇଁ ଏହି ବ୍ୟାଙ୍କ ପ୍ରତିବର୍ଷ ରାଜ୍ୟସ୍ତରରେ ପୁରସ୍କୃତ ହୋଇ ଆସୁଛି । ଏହି ଖବର ଅବଗତ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି ।
Related Stories
November 24, 2024
November 24, 2024