![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ନୂଆପଡ଼ା,ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଆଜି ଏକ ବୈଠକ ଏସବିଆଇ ମୁଖ୍ୟ ଶାଖା ଛକରେ ଅନୁଷ୍ଠିତ ହୋଇଯାଇଛି। କୋମନା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାସ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ ବୃହତ ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ ଥିବା ସ୍ଥଳେ ଅର୍ଦ୍ଧାଧିକ ଜମିକୁ ପାଣି ଲାଗି ପାରିନାହିଁ ଓ ଚାଷୀ ମରୁଡ଼ିର ଶିକାର ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଶିଳ୍ପ କାରଖାନା ନ ଥିବାରୁ ଲୋକେ କର୍ମ ନିଯୁକ୍ତି ପାଇ ପାରୁ ନାହାଁନ୍ତି ଓ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ଖଡ଼ିଆଳରେ ରେଳ ଲାଇନ ସଂଯୋଗ ପାଇଁ ଦୀର୍ଘ ବର୍ଷରୁ ଦାବି ହେଉଛି, କିନ୍ତୁ ଏପର୍ଯ୍ୟନ୍ତ ସାକାର ହୋଇପାରୁନି। ମନରେଗା ଯୋଜନାରେ କାମ କରି ଶ୍ରମିକ ମାନେ ଠିକ ସମୟରେ ମଜୁରୀ ପାଉ ନାହାଁନ୍ତି। ସ୍କୁଲ ସବୁରେ ଶିକ୍ଷକ ଅସୁବିଧା ଦେଖା ଦେଇଛି। ରାସ୍ତା ଘାଟର ଅସୁବିଧା କହିଲେ ନ ଚଳେ । ମଦର ବହୁଳ ବ୍ୟବହାର ଯୋଗୁଁ ପରିବାରରେ ଅଶାନ୍ତି ଦେଖା ଦେଉଛି । ବ୍ଲକର ପ୍ରତ୍ୟେକ ଗ୍ରାମକୁ ମେଗା ଯୋଜନାରେ ପାଣି ଯୋଗାଣ ହୋଇଥିଲେ ମଧ୍ୟ ଲୋକେ ଠିକ ରେ ପାଣି ପାଇ ପାରୁ ନାହାନ୍ତି । ଏସବୁ ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା ।
ବୈଠକରେ ଅତିଥି ଭାବେ କମଳ ଚରଣ ତାଣ୍ଡି, ଅତିଥି ଭାବରେ ବୋର୍ଡା ଯୁକ୍ତ ତିନି ଅଧ୍ୟକ୍ଷ ଡିଲେଶ୍ଵର ନିଆଲ, କେନ୍ଦୁପାଟି ଉପ୍ରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ ଯୋଶୀ, ସହକାରି ଶିକ୍ଷକ ଦେବ କୁମାର ବନଛୋର, ବଡଦୋହେଲ ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସବଲୁନ ସେନାପତି, ରୁଦ୍ର ପଦ୍ମିନୀ ଉଚ୍ଚ ବିଦ୍ୟାଳୟ ଚିନ୍ଦାଗୁଡାର ସହକାରୀ ଶିକ୍ଷକ ହିମାଂଶୁ ପୋଡ଼, ସମବାୟ ସମୀକ୍ଷକ (ଅଡିଟର) ଜୟପୁର ଶମ୍ଭୁ କିଶୋର ଶବର, ସ୍ଥାନୀୟ ପାଣ୍ଠି ସମୀକ୍ଷକ( ଅଡିଟର) ନୂଆପଡା ପ୍ରମୋଦ କୁମାର ନାଏକ, ସାମ୍ବାଦିକ ପରମେଶ୍ବର ବାରିକ, ସୁଜିତ କୁମାର ପ୍ରଧାନ, ହେମନ୍ତ କୁମାର ବେହେରା, କୁନାଲ ଚରଣ ବେହେରା, ଶାମ୍ବ କୁମାର ସରାଫ, ମନୋଜ କୁମାର ସଗରିଆ, ଦେବାନନ୍ଦ ତାଣ୍ଡି, ବାପିନା ସାହୁ, ଚନ୍ଦ୍ର ଶେଖର ବେହେରା, ଦିନବନ୍ଧୁ ଛତ୍ରୀୟାଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।