ଜୟପୁର, କୋରାପୁଟ ଜିଲା ବୋରିଗୁମ୍ମା ଥାନା ଆଉଳି ଗାଁ ରାସ୍ତା କଡ଼ରୁ ଦୁଇଟି ଝୁଲନ୍ତା ଶବ ଠାବ ହୋଇଛି। ଜଣେ ମହିଳା ଓ ଅନ୍ୟଜଣେ ପୁରୁଷଙ୍କ ଶବ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ବୋରିଗୁମ୍ମା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବୋରିଗୁମ୍ମା ପୋଲିସ ସାଇଂଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଉଭୟଙ୍କର ମଧ୍ୟରେ ପ୍ରେମ ସମ୍ପର୍କ ଥିବା କାରଣରୁ ଉଭୟେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଲିଟି ମଝିଆ ଗାଁ ରାମଧର ଭାତରା ହୋଇଥିବା ବେଳେ ମୃତ ଯୁବତୀ ହେଲେ ବଡ ମଝିଆ ଗାଁ ର ବୋଲି ଜଣାପଡିଛି। ପୁରୁଷଟି ମିସ୍ତ୍ରୀ ଭାବେ କାମ କରୁଥିବବେଳେ ମହିଳା ଜଣକ ଶ୍ରମିକ ଭାବେ କାମ କରୁଥିଲେ। ଏମାନଙ୍କ ଅଲଗା ଅଲଗା ପରିବାର ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
Related Stories
November 22, 2024