
ମାଲକାନଗିରି,ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗଠନ ପାଲିର ଇର୍ମା ମାଡକାମୀ ନାମକ ବ୍ୟକ୍ତିଙ୍କୁ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ଚୋଟ ମାରିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ପରିବାର ଲୋକେ ପଡିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଯାହାକୁ ନେଇ ପରିବାର ଲୋକ ଚିନ୍ତିତ ହୋଇ ପଡ଼ିଥିଲେ । ଖବର ପାଇ ଆଜି ପଡିଆ ବ୍ଳକ ସାଂସଦ ପ୍ରତିନିଧି ସି.ଏଚ.ରାବିଟ କୁମାର ସେଠାରେ ପହଞ୍ଚି ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ବିଜୁ ଜନତା ଦଳର ସକ୍ରିୟ କର୍ମି ତଥା ସମାଜସେବି କେ.ରାହୁଲ ରାଓଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଇର୍ମା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଖବର ପାଇଥିବା କେ. ରାହୁଲ ନିଜର ସହଯୋଗୀ ୧୫ ନମ୍ବର ୱାର୍ଡ ମେମ୍ବର ବିକାଶ ଦାସ ସ୍ଥାନୀୟ ଅଞ୍ଚଳର ସୁଜିତ ନାଗ ଓ ମାଧବ ନାଗଙ୍କ ସହାୟତାରେ ଇର୍ମାଙ୍କୁ ମେଡ଼ିକାଲରେ ଭର୍ତି କରାଇ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ସହ ଆଲୋଚନା କରି ସମସ୍ତ ବ୍ୟବସ୍ଥା କରିଥିଲେ । ତାଙ୍କର ଏଭଳି ପଦକ୍ଷେପକୁ ଇର୍ମାଙ୍କ ପରିବାର ଲୋକେ ପ୍ରଶଂସା କରିଛନ୍ତି ।