ପୁରୀ, ଆସନ୍ତାକାଲି କାର୍ତିକ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଭୋର୍ ୫ଟା ୩୮ ପୂର୍ବରୁ ଡଙ୍ଗା ଭସା ଶେଷ କରିବାକୁ ହେବ । ସେହିଦିନ ସକାଳ ୮ଟା ୨୯ରୁ ସନ୍ଧ୍ୟା ୬ଟା ୧୯ ମିନିଟ୍ ପର୍ଯ୍ୟନ୍ତ ଦେବ ନୀତି ଓ ପାକ ତ୍ୟାଗକୁ ନିଷେଧ କରାଯାଇଛି । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୧ ଘଂଟା ୨୫ ମିନିଟ୍ ଧରି ଦୃଶ୍ୟମାନ ହେବ ।
ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଏଥିନେଇ ଆଜି ରାତି ୧୦ଟା ଠାରୁ ସାଧାରଣ ଦର୍ଶନ ବନ୍ଦ ରହିବ । ରାତି ସାଢ଼େ ୧୨ଟାରେ ମଙ୍ଗଳଆଳତୀ ଓ ରାତି ସାଢ଼େ ୨ଟା ସୁଦ୍ଧା ସରିବ ସୁନାବେଶ ବା ରାଜରାଜେଶ୍ଵର ବେଶ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ ହେବ । ୮ ତାରିଖ ରାତି ୨ଟା ୧୦ ରେ ଦ୍ଵାରଫିଟା ହେବ ।