ବଲାଙ୍ଗିର, ବଲାଙ୍ଗୀରର ସାମାଜିକ ଅନୁଷ୍ଠାନ ଜେସିଆଇର ଅଧ୍ୟକ୍ଷ ଭାବରେ ଗତକାଲି ମନୋନୀତ ହୋଇଛନ୍ତି ସୃଷ୍ଟି ଅଗ୍ରୱାଲ । ଜେସିଆଇ ବଲାଙ୍ଗିରର ବର୍ତମାନ ଅଧ୍ୟକ୍ଷ ଜେସି ପରେଶ ଅଗ୍ରୱାଲଙ୍କ ନେତୃତ୍ଵରେ ଆୟୋଜିତ ଏକ ରଂଗା ରଂଗ କାର୍ଯ୍ୟକ୍ରମରେ ନୂତନ ଅଧ୍ୟକ୍ଷଙ୍କ ନାମ ସର୍ବସମ୍ମତି କ୍ରମେ ଘୋଷଣା କରାଯାଇଥିଲା । ନିର୍ବାଚନ ଅଧିକାରୀ ରାମ ଅବତାର ଅଗ୍ରୱାଲ୍ ନିର୍ବାଚନ ପ୍ରକ୍ରିୟାକୁ ତୁଲାଇଥିଲେ । ଏହି ଅବସରରେ ଅଭିଳାଶ ଅଗ୍ରୱାଲ ସଚିବ, ଉଜ୍ଵଳ ସିଂଘଲ କୋଷାଧ୍ୟକ୍ଷ ଏବଂ ନୀଲମ ଅଗ୍ରୱାଲ ମହିଳା ଜେସି ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହିତ ୧୫ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ନିକଟରେ ନାଗପୁରରେ ଅନୁଷ୍ଠିତ କ୍ଷେତ୍ରୀୟ କନ୍ଫରେନ୍ସରେ ବଲାଙ୍ଗିରକୁ ୨୫ରୁ ଅଧିକ ପୁରସ୍କାର ସହିତ ପୁରସ୍କୃତ କରାଯାଇଥିଲା । ୨୦୨୩ର ଅଧ୍ୟକ୍ଷ ସୃଷ୍ଟି ଅଗ୍ରୱାଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ସେ ବର୍ଷସାରା ତାଙ୍କ ଦାୟୀତ୍ଵ ଠିକ ଭାବରେ ନିର୍ବାହ କରିବେ ଏବଂ ଜେସିଆଇର ବଲାଙ୍ଗିର ନଗରରେ ନୂତନ ପରିଚୟ ସୃଷ୍ଟି କରିବେ। ଆସନ୍ତା ଡିସେମ୍ବର ୩ ତାରିଖ ସରୋଜିନି ରେସିଡେନ୍ସି ଠାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଧୁମ୍ଧାମ୍ରେ ପାଳନ କରାଯିବ ବୋଲି ପରେଶ ଅଗ୍ରୱାଲ ସୂଚନା ଦେଇଛନ୍ତି ।