
ଭୁୁବନେଶ୍ୱର , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସିଦ୍ଧ ବୈଜ୍ଞାନିକ ସିଭି ରମଣଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ, ନୋବେଲ ବିଜେତା ତଥା ଭାରତରତ୍ନ ସିଭି ରମଣଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି । ତାଙ୍କର ରମଣ ଏଫେକ୍ଟର ଆବିଷ୍କାର ଓ ବିଜ୍ଞାନ କ୍ଷେତ୍ରରେ କରା ଯାଇଥିବା କାମ ପାଇଁ ସାରା ବିଶ୍ୱର ବିଜ୍ଞାନ ଛାତ୍ର ମାନଙ୍କ ପ୍ରେରଣାର ସ୍ରୋତ ହୋଇ ରହିବେ ।