ଭୁୁବନେଶ୍ୱର, ଅକ୍ଟୋବର ସମାଜବାଦୀ ବିପ୍ଳବର ଦିବସ ନଭେମ୍ବର ୭ ସୋମବାର ସିପିଆଇ ଅଫିସ୍ରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ରାଜ୍ୟ ସମ୍ପାଦକ ଅଭୟ ସାହୁ ଲାଲ୍ ପତାକା ଉତୋଳନ କରି କହିଲେ- କାର୍ଲମାର୍କ୍ସ ଓ ଫ୍ରେଡେରିକ୍୍ ଏଙ୍ଗେଲ୍ସ ବୈଜ୍ଞାନିକ ସମାଜବାଦ ଓ ସାମ୍ୟବାଦର ତତ୍ୱ ଉପସ୍ଥାପିତ କରିଯାଇଥିଲେ । କିନ୍ତୁ ୧୯୧୭ ମସିହାରେ ଲେନିନ୍ଙ୍କ ନେତୃତ୍ୱରେ ରୁଷିଆରେ ସାମ୍ରାଜ୍ୟବାଦୀ ଶୃଙ୍ଖଳକୁ ଭାଙ୍ଗି ପ୍ରଥମଥର ପାଇଁ ସମାଜବାଦୀ ବିପ୍ଳବ ସଂଗଠିତ ହୋଇଥିଲା ଏବଂ ଶ୍ରମିକ ଓ କୃଷକ ଶ୍ରେଣୀ ମେହେନତୀ, ଖଟିଖିଆ ମଣିଷଙ୍କ ସମର୍ଥନରେ ରାଷ୍ଟ୍ର କ୍ଷମତା ଦଖଲ କରି ସମାଜବାଦୀ ସମାଜ ପ୍ରତିଷ୍ଠା କରିଥିଲେ । ଆଜି ସୋଭିଏତ୍ ୟୁନିୟନ ନ ଥିଲେ ମଧ୍ୟ ପୁଞ୍ଜିବାଦରୁ ସମାଜବାଦକୁ ଉତୋରଣର ଯୁଗ ଅବ୍ୟାହତ ରହିଛି ଏବଂ ମାନବ ଜାତିର ଭବିଷ୍ୟତ ହେଉଛି ସମାଜବାଦ ।
ଏହି ସମାରୋହରେ ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଜାତୀୟ ପରିଷଦ ସଭ୍ୟ ଆଶିଷ କାନୁନ୍ଗୋ, ଶ୍ରମିକ ନେତା ବିଜୟ ଜେନା, ଭୁବନେଶ୍ୱର ଜୋନ କମିଟି ସମ୍ପାଦକ ସୁର ଜେନା, ନାରୀନେତ୍ରୀ ବନଲତା ଜେନା, ଜୋନ୍ କମିଟି ସହସମ୍ପାଦକ କୈଳାସ ପୁହାଣ ଓ ରାଜ୍ୟ ଅଫିସ ସମ୍ପାଦକ ଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।