କଟକ, ପଂଚକର ତୃତୀୟ ଦିବସ ବଡ଼ଓଷାରେ ଆଜି କଟକ ଜିଲ୍ଲାର ଆଠଗଡ଼ ସ୍ଥିତ ବାବା ଧବଳେଶ୍ଵର ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଲଇଡ଼ି ପର୍ଦ୍ଦାରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
ଝୁଲା ପୋଲ ଦୁର୍ବଳ ଅବସ୍ଥାରେ ଥିବାରୁ ଧବଳେଶ୍ଵର ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଜାରୀ ହୋଇଛି । ତେବେ ଆଜିର ଏହି ପବିତ୍ର ତିଥିରେ ବାବା ଧବଳେଶ୍ଵରଙ୍କ ନିକଟରେ ଭୋଗ କରିପାରୁନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଏହି ଉପଲକ୍ଷେ ଆଜି ଭୋର୍ ୪ଟାରୁ ୧୦୮ ଗରା ସୁବାଷିତ ଜଳରେ ବାବାଙ୍କୁ ମାର୍ଜନା ସ୍ନାନ କରାଯାଇଥିଲା । ଏହାପରେ ମଙ୍ଗଳଆଳତୀ ଭୋଗ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ଏହାପରେ ଘର୍ଷଣ ଭୋଗ ପ୍ରସ୍ତୁତ କରାଯାଇଥିଲା । ମଧ୍ୟାହ୍ନରେ ବାବାଙ୍କୁ ଅନ୍ନ, ଡାଲମା, କ୍ଷିରୀ, ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ସଂନ୍ଧ୍ୟାରେ ବାବାଙ୍କ ସ୍ନାନ କରାଯାଇ ରାଜରାଜେଶ୍ଵର ବେଶ ସହିତ ବାବାଙ୍କ ବଡ ସିଂହାର ବେଶ ଅନୁଷ୍ଠିତ ହୋଇଛି । ପରମ୍ପରା ମୁତାବକ ରାତିରେ ଗଜଭୋଗ ଲାଗି କରାଯିବ । ଚାଉଳ ଚୁନା, ଗୁଡ଼, ମୁଗ, ନଡ଼ିଆ କୋରା, ଛେନାରେ ଏହି ଗଜମଣ୍ଡା ପ୍ରସ୍ତୁତ ହୋଇଥାଏ ।